୩ ୭ ତମ ଓଡିଶା ନାଟ୍ଯ ସଂଘ ପ୍ରତିଷ୍ଠା ଦିବସ

ବାଲିଗୁଡା :ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା)
ଫୁଲବାଣୀ ର ଅଗ୍ରଣୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଗୁରୁବାର ୩ ୭ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା l ଏହି ଅବସରରେ ବନାନୀ ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡଃ. ଅରୂପ ଜେନା ଙ୍କ ସଭାପତିତ୍ଵ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ କାମାଣ୍ଡାଣ୍ଟ, ବରିଷ୍ଠ କଳାକାର ନବୀନ କିଶୋର ପଣ୍ଡା, ଯୋଗ ଦେଇଥିବାବେଳେ ଅନ୍ୟ ତମ ବକ୍ତା ଭାବେ ନିର୍ଦେଶକ ତଥା ବରିଷ୍ଠ ଆଇନଜୀବୀବିଜୟ କୃଷ୍ଣ ପଟନାୟକ, କଳାକାର ତଥା ବୁଦ୍ଧିଜୀବୀ ନବ କିଶୋର ରଥ, ବରିଷ୍ଠ ଆଇନଜୀବୀ ତଥା ଡ୍ରାମା କଳାକାର ରବୀନ୍ଦ୍ର ନାଥ ମିଶ୍ର, ପ୍ରମୁଖ ଯୋଗ ଦେଇ ଜିଲାରେ କଳା, ସଂସ୍କୃତି ଓ ନାଟକ ର ପ୍ରଚାର ଓ ପ୍ରସାର ସହିତ ନୂତନ କଳାକାର ସ୍ରୁଷ୍ଟି କରିବା ଦିଗରେ ବନାନୀ ର ଅବଦାନ କୁ ଭୂୟସୀ ପ୍ରଶଂସା କରିଥିଲେ l
ଏହି ଅବସରରେ ଦର୍ଶକ ମଞ୍ଚ ମୁଁହା ହେବେ କିପରି? ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଭଲ ବହି, ନିର୍ଦେଶନା ସହ କଳାକାର ମାନେ ମନ ଛୁଆଁ ଅଭିନୟ କଲେ ଦର୍ଶକ ମଞ୍ଚ ମୁହାଁ ହେବେ ବୋଲି ଆଲୋଚକ ମାନେ ମତ ଦେଇଥିଲେ l ବରିଷ୍ଠ ସାମ୍ବାଦିକ ତଥା ବନାନୀ କଳା ସଙ୍ଗମ ର ସାଧାରଣ ସମ୍ପାଦକ ସୁନୀଲ ପଟନାୟକ ସ୍ୱାଗତ ଭାଷଣଓ ଧନ୍ୟ ବାଦ ଦେଇଥିଲେ lଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ କଳାକାର,ନିର୍ଦେଶକ,ବୁଦ୍ଧିଜିବୀ ପ୍ରଭାତ ଦାଶ, କଳାକାର ସୁର ପ୍ରସାଦ ନାୟକ, ପ୍ରସନ୍ନ ପଣ୍ଡା, ଯୁଧିଷ୍ଠିର ମହାନ୍ତି ପ୍ରମୁଖ ଯୋଗ ଦେଇ ନାଟକ ର ବିଭିନ୍ନ୍ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ l ବନାନୀ ର ସହ ସମ୍ପାଦକ ତଥା ସାମ୍ବାଦିକ କ୍ଷିତୀଶ ମଲିକ, ସଂଗଠନ ସମ୍ପାଦକ ଅଶୋକ ପରିଡା, ଉପ ସଭାପତି ପ୍ରଭାତ ଦାଶ, ଶିବ ରାମ ନାୟକ,ରଂଜିତ ବେହେରା,ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l
What's Your Reaction?






