ନୂଆପଡାରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ l

Dec 4, 2025 - 11:41
 0  34
ନୂଆପଡାରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ l

ନୂଆପଡା:୦୩/୧୨(ଲୋକ ଆବାଜ. ଇନ/ରାମନାଥ ପଣ୍ଡା ଙ୍କ ରିପୋର୍ଟ)

ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ନୂଆପଡା ପୋଲିସ ପଡିଆଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ଏକ ପଦ ଯାତ୍ରାର ଆୟୋଜନ କରାଯାଇଥିଲା l ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଏହି ପଦଯାତ୍ରା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନେତୃତ୍ୱରେ ଶୁଭାରମ୍ଭ ହୋଇଥିଲା l ଏଥିରେ ଜିଲ୍ଲାର ପ୍ରାୟ ୩୦୦ ଦିବ୍ୟାଙ୍ଗ ଭାଇ ଭଉଣୀ ସାମିଲ ହୋଇ ଏକତା ଛକ ଦେଇ ପୋଲିସ ପଡିଆ ଠାରେ ପହଞ୍ଚିଥିଲେ । ପରେ ଦିନ ୧୧ଘଣ୍ଟା ସମୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବିଶେଷ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଲୋକସଭା ସଦସ୍ୟା ଙ୍କ ପ୍ରତିନିଧି ପ୍ରେମ ଅଗ୍ରୱାଲ, ସ୍ଥାନୀୟ ବିଧାୟକଙ୍କ ପ୍ରତିନିଧି ରାମଲାଲ ହଂସ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଧନେଶ୍ୱର ସେଠୀ, ଉପ ଜିଲ୍ଲାପାଳ ସୁର୍ମି ସୋରେନ୍, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ ହେମ୍ବ୍ରମ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରିଣୀ ସ୍ମୃତିରେଖା ନନ୍ଦ ଏବଂ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଗଣ ସଭାରେ ଯୋଗଦାନ କରିଥିଲେ ।

ଜିଲ୍ଲାର ପ୍ରତ୍ୟୋକ କୋଣ ଅନୁକୋଣରୁ ଅନୁନ୍ୟ 600 ଜଣ ଦିବ୍ୟାଙ୍ଗ ଭାଇ ଭଉଣୀ ସଭାରେ ଉପସ୍ଥିତ ଥିଲେ । ଉକ୍ତ ସଭାରେ ଜିଲ୍ଲାପାଳ ତଥା ଅତିଥି ମାନେ ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କର ସମସ୍ୟା ସଂପର୍କରେ ଆଲେଚନା କରିଥଲେ ଏବଂ ଏହାର ସମାଧାନ ସଂପର୍କରେ ସୁଚିନ୍ତିତ ମତଦାନ ପ୍ରଦାନ କରିଥିଲେ ।ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରଷ୍କାର ବଣ୍ଟନ କରାଯାଇଥିଲା । ବିଭାଗ ତରଫରୁ ମିଳୁଥିବା ବିଭିନ୍ନ ସହାୟତାର ରାଶି ମଧ୍ୟ ହିତାଧିକାରୀ ମାନଙ୍କୁ ବଣ୍ଟନ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

What's Your Reaction?

like

dislike

love

funny

angry

sad

wow