ବଲାଙ୍ଗିରରେ ପଶ୍ଚିମ ଓଡିଶାର ଭାଷା, କଳା ସଂସ୍କୃତିର ପ୍ରଚାରକ ଗୁରୁ ଭଗବାନ ସାହୁଙ୍କ ଜନ୍ମ ବାର୍ଷିକୀ ପାଳିତ"

Aug 18, 2025 - 08:01
 0  2
ବଲାଙ୍ଗିରରେ ପଶ୍ଚିମ ଓଡିଶାର ଭାଷା, କଳା ସଂସ୍କୃତିର ପ୍ରଚାରକ ଗୁରୁ ଭଗବାନ ସାହୁଙ୍କ ଜନ୍ମ ବାର୍ଷିକୀ ପାଳିତ"

ବଲାଙ୍ଗୀର:ଲୋକ ଆବାଜ. ଇନ(ଜୟ କ୍ରୀଷ୍ଣ ମିଶ୍ର ଙ୍କ ରିପୋର୍ଟ)

ବଲାଙ୍ଗିର ଟାଉନ ଉଚ୍ଚ ବାଳିକା ବିଦ୍ୟାଳୟଠାରେ ଗୁରୁ ଭଗବାନ ସାହୁ କଳା ନିକେତନ ପକ୍ଷରୁ ପଶ୍ଚିମ ଓଡିଶାର ଭାଷା, କଳା ସଂସ୍କୃତିର ପ୍ରଚାରକ ଗୁରୁ ଭଗବାନ ସାହୁଙ୍କ ଜନ୍ମ ବାର୍ଷିକୀ ପାଳିତ ହୋଇଯାଇଛି । କଳା ନିକେତନର ସଭାପତି ଡକ୍ଟର ବାସନ୍ତୀ ମଞ୍ଜରୀ ହନୁମାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡକ୍ଟର ଶ୍ରୀକର ମିଶ୍ର, ମୁଖ୍ୟବକ୍ତା ଭାବରେ ଅଧ୍ୟାପକ ଡକ୍ଟର ସଞ୍ଜୟ କୁମାର ମିଶ୍ର ଓ ସମ୍ମାନିତ ଅତିଥି ଭାବରେ କବି ଡକ୍ଟର ବନବାସ ମେହେର, କବି ସଚ୍ଚିଦାନନ୍ଦ ପଧାନ ପ୍ରମୁଖ ଯୋଗ ଦେଇ ଗୁରୁ ଭଗବାନ ସାହୁଙ୍କ ଜୀବନି ଉପରେ ଆଲୋକପାତ କରିଥିଲେ । ଅତିଥିମାନଙ୍କ ଦ୍ୱାରା ନାଟ୍ୟ ନିଶାର ଅହମ୍ମଦ ନିସାରଙ୍କ କବିତା ସଂକଳନ ଭାବକୁ ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ଶଦ୍ଧ ନୃତ୍ୟ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଆଲୋଚକ ଭାବରେ ଶାସ୍ତ୍ରୀୟ ଶଦ୍ଧନୃତ୍ୟ ଗୁରୁ ଭାଗବତ ପଧାନ ଯୋଗ ଦେଇ ଶାସ୍ତ୍ରୀୟ ଶବ୍ଦ ନୃତ୍ୟ ଉପରେ ଆଲୋଚନା କରି ଏହାର ପ୍ରାଚୀନତା, ସ୍ୱତନ୍ତ୍ରତା ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମକୁ ସମ୍ପାଦକ ସନ୍ଦୀପ କୁମାର କୁଅର ସଂଯୋଜନା କରିଥିଲେ । ପରେ ପରେ କବୟିତ୍ରୀ ରଶ୍ମୀ ପାତ୍ର ଓ ସବିତା ମହରାଙ୍କ ସଂଯୋଜନା ରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ଏଥିରେ ଅନୁଷ୍ଠାନର ଉପଦେଷ୍ଟା ଉମାକାନ୍ତ ହୋତା ଓ ଅଧ୍ୟାପକ ଧର୍ମେନ୍ଦ୍ର ପଧାନ ମଂଚାସୀନ ହୋଇଥିଲେ । ଖୁସି ସାଂସ୍କୃତିକ ଓ ଗବେଷଣା ଅନୁଷ୍ଠାନର ନୃତ୍ୟଗୁରୁ ଜ୍ୟୋତି ରେଖା ତ୍ରିପାଠୀଙ୍କ ନିର୍ଦ୍ଦେଶନାରେ ଲୋକ ନୃତ୍ୟ ପରିବେଷଣ ହୋଇଥିଲା ।

What's Your Reaction?

like

dislike

love

funny

angry

sad

wow