ତେରେସିଂହା ଡିଗ୍ରୀ କଲେଜରେ ସମ୍ବିଧାନ ଦିବସ ପାଳିତ

କର୍ଲାମୁଣ୍ଡା:ଲୋକ ଆବାଜ. ଇନ(ବ୍ୟୁରୋ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ସ୍ଥିତ କୌଶିକ ବାବା +୩ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ୭୫ତମ ସମ୍ବିଧାନ ଦିବସ ଆଜି ପାଳିତ ହୋଇଯାଇଛି l ଏହି ଦିବସରେ ଜାତୀୟ ସେବା ଯୋଜନା ଅଧିକାରୀ ରବି ମାଝୀ ସମ୍ବିଧାନ ର ଉଦ୍ଦେଶ୍ୟ ଓ ତାତ୍ପର୍ଯ୍ୟ ବିଷୟରେ ସବିଶେଷ ତଥ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଦାନ କରିଥିଲେ l କଲେଜ ଅଧ୍ଯକ୍ଷା ଲିପ୍ସାମୟୀ ଦୁବେଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଯୋଶବନ୍ତ ଭୋଇ ନ୍ୟାସନାଲ କଲେଜ ନୂଆପଡ଼ା, ସମ୍ମାନିତ ଅତିଥି ଭାବରେ କୌସ୍ତୁଭ ସାହୁ, ସମୀର ପଧାନ, ମାନସ ରଞ୍ଜନ ବାଗ ଉପସ୍ଥିତ ରହିଥିଲେ l କାର୍ଯ୍ୟକ୍ରମକୁ ବସନ୍ତ କୁମାର ସାହୁ, ଭୂପିନ୍ଦର ରଣା, ଚମ୍ପୁଲାଲ ରଣା, ଡୋଲେଶ୍ବର ରଣା, ପ୍ରଦୀପ ଭୋଇ ପ୍ରମୁଖ ସହଯୋଗ କରିଥିଲେ l
What's Your Reaction?






