ମାଣ୍ଡିଆ ବିକ୍ରୟ ପାଇଁ ଗଡ଼ିଲା ସଚେତନ ରଥ

କଳାହାଣ୍ଡି:ଲୋକ ଆବାଜ.ଇନ(ବ୍ୟୁରୋ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ପରିସର କୃଷି କାର୍ଯ୍ୟଳୟ ଠାରେ ରେ ସ୍ବେଛାସେବୀ ଅନୁଷ୍ଠାନ ଦ୍ୱାରା ଶ୍ରୀ ଅନ୍ନ ଅଭିଯାନ କାର୍ଯ୍ୟକ୍ରମ ଓଡିଶା ସହାୟତା ରେ ମାଣ୍ଡିଆ ବିକ୍ରୟ ପାଇଁ ସଚେତନତା ରଥ ସୋମବାର ଉଦଘାଟନ ହୋଇଯାଇଛି।ଏହି ଅବସରରେ ସହକାରୀ କୃଷି ଅଧିକାରିଣୀ ସୁଶ୍ରୀ ଜ୍ଞାନେଶ୍ବରୀ ବିନ୍ଧାଣି, ମିଶନ ଶକ୍ତି ବ୍ଲକ ସଂଯୋଜକ ଶ୍ରୀ ବିପିନ କୁମାର ବାରିକ, ପ୍ରକଳ୍ପ ସଂଯୋଜକ ଟଙ୍କ ଧର ବଗର୍ତି ପ୍ରମୁଖ ଉପସ୍ଥିତ ରହି ରଥ କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।କାର୍ଯ୍ୟକ୍ରମ ରେ କୃଷି ଓଭରସିଅର,ଗ୍ରାମ୍ୟ କୃଷି କର୍ମୀ ଓ କାରୁଣ୍ଡ ଫାର୍ମରସ କମ୍ପାନୀ ର ସିଆରପି,ଉପସ୍ଥିତ ଥିଲେ l ଏହାକୁ ପ୍ରକଳ୍ପ ସଂଯୋଜକ ଟଙ୍କ ଧର ବଗର୍ତି ପରିଚାଳନା କରିଥିଲେ l ରଥ ଟି ୪ ଦିନ ଧରି ବ୍ଲକ ର ୧୩ ଗୋଟି ପଂଚାୟତ ର ୬୦ ରୁ ଉର୍ଦ୍ଧ ଗାଁ କୁ ଯାଇ ମାଣ୍ଡିଆ ର ମାନ ଓ ସରକାରୀ ମୂଲ୍ୟ, ମଣ୍ଡି ର ବ୍ୟବସ୍ଥା, ବିକ୍ରୟ ପାଇଁ ଚାଷୀ ରେଜିଷ୍ଟ୍ରେସନ ବିଷୟରେ ଅବଗତ ସହ ସଚେତନତା ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇ ଥିବା ସେବାଜଗତ ପକ୍ଷରୁ କୁହାଯାଇଛି l
What's Your Reaction?






