ତେରେସିଂହା ରେ ପ୍ରସିଦ୍ଧ ମାଁ ପାଟଖଣ୍ଡା ଯାତ୍ରା ସମ୍ପନ୍ନ

Sep 29, 2025 - 16:04
 0  27
ତେରେସିଂହା ରେ ପ୍ରସିଦ୍ଧ ମାଁ ପାଟଖଣ୍ଡା ଯାତ୍ରା ସମ୍ପନ୍ନ

କର୍ଲାମୁଣ୍ଡା:ଲୋକ ଆବାଜ. ଇନ(ବ୍ୟୁରୋ ରିପୋର୍ଟ)

କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଐତିହାସିକ ଗ୍ରାମ ତେରେସିଂହା ଠାରେ ମାଁ ପାଟଖଣ୍ଡା ଯାତ୍ରା ସମ୍ପନ୍ନ ହୋଇଯାଇଛି। କାହଁ କେଉକାଳରୁ ହେଉଥିବା ଏହି ଯାତ୍ରା ରେ ମାଙ୍କୁ ଦର୍ଶନ କରିବା ପାଇଁ ଆଖପାଖ ଅଞ୍ଚଳର ଶହଶହ ଭକ୍ତଙ୍କର ସମାଗମ ହୋଇଥିଲା। ଭକ୍ତ ମାନଙ୍କ ମାନସିକ ପୂରଣ ହୋଇଥିବାରୁ ଏଠାରେ ବୋଦା, କକୁଡା ବଳି ଦେଉଥିବା ଦେଖାଯାଇଛି। ଏହି ଯାତ୍ରା ତେରେସିଂହା ସ୍କୁଲ ପଡିଆର ଗୋଟିଏ ପାଶ୍ୱର୍ରେ ତେରେସିଂହା ଓ ଅପର ପାଶ୍ୱର୍ରେ ବେଲପଡାର ଯାତ୍ରା ହୋଇଥାଏ। ତେରେସିଂହା ଯାତ୍ରା ଖଳା ପଡିଆ ଓ ବେଲପଡା ଯାତ୍ରା ଖଳାରେ ଶହ ଶହ ଭକ୍ତଙ୍କର ଭିଡ ଦେଖିବାକୁ ମିଳିଥିଲା। ଏହି ଯାତ୍ରା କେବର୍ତ୍ତ ସମ୍ପ୍ରଦାୟର ହୋଇଥିଲେ ହେଁ ଏଥିରେ ବିଭିନ୍ନ ଜାତିର ଲୋକ ବାର ଦେହେଲିଆ ଭାବେ ରହିଥାନ୍ତି। ଯାତ୍ରାର ଆଟ ଦିନ ପୂର୍ବରୁ ଗୁଡି ପ୍ରବେଶ ହୋଇ ପ୍ରତିଦିନ ସନ୍ଧ୍ୟାରେ ମା ଙ୍କର ଷୋଳ ପୂଜା ହୋଇଥାଏ। ଯାତ୍ରାର ଏକ ଲୋକ ବିଶ୍ୱାସ ଆଜି ବି ରହିଆସିଛି ଯେ ଯାତ୍ରାର ପୂର୍ବ ରାତ୍ରୀ ପୂଜା ସ୍ଥାନରେ ଗୋରସ ରଖି ଦି।।ଯାଇ ଥାଏ ଓ ସେହି ଗୋରସ କୁ ରାତ୍ରୀ ରେ ବାଘ ଆସି ପିଇ ଯାଉଥିବା କୁହାଯାଏ। ତେରେସିଂହା ଯାତ୍ରାର ମୁଖ୍ୟ ପୂଜକ ଦାମୋଦର ନାଏକ, ବରୁଆ ବିବେକା ନନ୍ଦ ନାଏକ ଓ ମିନକେତନ ନାଏକ, ଛତ୍ରିଆ ଗୋପାଳ ନାଏକ, ଯାତ୍ରା କମିଟି ସଭାପତି ରୁଦ୍ର ଭୋଇ, ସଂପାଦକ ସୁବିନ୍ଦ୍ର ରଣା, ଲତାବନ ରଣା, ସନାତନ ନାଏକ, ଦୈତାରୀ ନାଏକ, ଜଗବନ୍ଧୁ ଭୋଇ, ନିର୍ମଳ ରଣା, ଗୋପାଳ ବାଗ ପ୍ରମୁଖ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ। ସେହିପରି ବେଲପଡା ଯାତ୍ରା କମିଟି ପକ୍ଷରୁ ପୂଜକ ପାଦୁକା ନାଏକ, ବରୁଆ ଅର୍ଜୁନ ନାଏକ, ହିତେଶ ନାଏକ, ସଭାପତି ନୀଳମଣି ଗହୀର, ସଂପାଦକ କିଶୋର ଚନ୍ଦ୍ର ନାଏକ, ଯୁଳ ନାଏକ, ଦିଲିପ ଗହୀର ମଧ୍ୟ ଶାନ୍ତିଶୃଙ୍ଖଳା ସହ ପାଟଖଣ୍ଡା ଯାତ୍ରା ସମ୍ପନ୍ନ ହୋଇଯାଇଛି।

What's Your Reaction?

like

dislike

love

funny

angry

sad

wow