ରିଷିଡ଼ାରେ ଆରମ୍ଭ ହେଲା ସାର୍ବଜନୀନ ଦୁର୍ଗାପୂଜା

Sep 29, 2025 - 16:50
 0  42
ରିଷିଡ଼ାରେ ଆରମ୍ଭ ହେଲା ସାର୍ବଜନୀନ ଦୁର୍ଗାପୂଜା

କର୍ଲାମୁଣ୍ଡା:ଲୋକ ଆବାଜ. ଇନ(ବ୍ୟୁରୋ ରିପୋର୍ଟ)

 କଳାହାଣ୍ଡିଜିଲ୍ଲା କର୍ଲାମୁଣ୍ଡା ବ୍ଲକର ସର୍ବପୁରାତନ ରିଷିଡ଼ା ଦୁର୍ଗାପୂଜା ଚଳିତବର୍ଷ ୬୯ ତମ ବର୍ଷରେ ପଦାର୍ପଣ କରିଛି। ରବିବାର ଦିନ ବିଲ୍ୱବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସୋମବାର ଠାରୁ ଗୁରୁବାର ଯାଏ ମହାସମାରୋହରେ ପୂଜା ଅନୁଷ୍ଠିତ ହେବ। ପୂଜା କମିଟି ସଭାପତି ଅଶୋକ କୁମାର ତ୍ରୀପାଠୀ, ଉପସଭାପତି ନରୋତ୍ତମ ସେଲମା, ସଂପାଦକ ଦୁଷ୍ମନ୍ତ ଲେଙ୍କା, ସହସଂପାଦକ ରଞ୍ଜନ କୁମାର ନାଏକ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ତଥା ପୂଜା କମିଟି ଓ ଗ୍ରାମବାସୀଙ୍କ ସହଯୋଗରେ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଚଳିତବର୍ଷ ଅର୍କେଷ୍ଟା, ମହିଳାଦଣ୍ଡନୃତ୍ୟ, ମହିଳା ଲକ୍ଷ୍ମୀସୁଆଙ୍ଗ ଓ ମହିଷାମର୍ଦ୍ଦନୀ ନାଟକ ପରିବେଷଣ କରାଯିବ ବୋଲି ଜଣାପଡ଼ିଛି। ଏହାର ମୁଖ୍ୟ ଆକର୍ଷଣ ରାବଣପୋଡ଼ି ହେବ। ଅଞ୍ଚଳରେ ଅନ୍ୟ କେଉଁଠି ରାବଣ ପୋଡି ହେଉ ନ ଥିବାରୁ ଏଠାରେ ପ୍ରବଳ ଜନ ସମାଗମ ହୋଇଥାଏ

What's Your Reaction?

like

dislike

love

funny

angry

sad

wow