ପ୍ରି ମାଟ୍ରିକ ଓ ପୋଷ୍ଟ ମାଟ୍ରିକ ଛାତ୍ର ବୃତ୍ତି ପାଇଁ, ଶିକ୍ଷାନୁଷ୍ଠାନ ନୋଡାଲ ଅଧିକାରୀଙ୍କୁ ତାଲିମ

Dec 4, 2025 - 11:48
 0  114
ପ୍ରି ମାଟ୍ରିକ ଓ ପୋଷ୍ଟ ମାଟ୍ରିକ ଛାତ୍ର ବୃତ୍ତି ପାଇଁ, ଶିକ୍ଷାନୁଷ୍ଠାନ ନୋଡାଲ ଅଧିକାରୀଙ୍କୁ ତାଲିମ

 ନୂଆପଡ଼ା:ଲୋକ ଆବାଜ. ଇନ/ରାମନାଥ ପଣ୍ଡା ଙ୍କ ରିପୋର୍ଟ) 

ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ କଲେଜର ଶିକ୍ଷାନୁଷ୍ଠାନ ନୋଡାଲ ଅଧିକାରୀ ମାନଙ୍କୁ ନେଇ ପ୍ରି ମେଟ୍ରିକ୍ ଓ ପୋଷ୍ଟ ମେଟ୍ରିକ୍ ଛାତ୍ରବୃତ୍ତି ଉପରେ ଏକ ତାଲିମ ବ୍ଲକ ସଭାଗୃହରେ ଅନୁଷ୍ଠିତ ହେଇଥିଲା I ଏଥିରେ ପିରାମଲ ଫାଉଣ୍ଡେସନର କର୍ମଚାରୀ ଉପସ୍ଥିତ ରହି ଅଧିକାରୀ ମାନଙ୍କୁ ଛାତ୍ରବୃତ୍ତିର ଆବେଦନ ପ୍ରକ୍ରିୟା ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ I ଆବେଦନ ସମୟରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ଓ ତାର ସମାଧାନ ଉପରେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ବ୍ଳକ କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ କ୍ଷଣପ୍ରଭା ପାଣିଗ୍ରାହୀ, ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଅବନୀ କୁମାର ଖମାରୀ, ପିରାମଲ୍ ଫାଉଣ୍ଡେସନ ପ୍ରୋଗ୍ରାମ ଲିଡର ନର୍ଗିସ ପରବିନ,ଏସ୍ପାଇରେଶନଲ ବ୍ଲକ ଫେଲୋ ରାକେଶ କୁମାର ଷଡଙ୍ଗୀ,ଗାନ୍ଧୀ ଫେଲୋ ରାହୁଲ ରାଜ ମଞ୍ଚାସୀନ ରହି ଛାତ୍ରବୃତ୍ତିର ଗୁରୁତ୍ଵ ଓ କିପରି ସମସ୍ତ ଯୋଗ୍ୟ ଛାତ୍ର ଛାତ୍ରୀ ଏହି ସୁବିଧା ପାଇପାରିବେ ତା ଉପରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇଥିଲେ । ଆକାଂକ୍ଷି ବ୍ଲକ ସହଯୋଗୀ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ । 

What's Your Reaction?

like

dislike

love

funny

angry

sad

wow