ଦପଲା ପଲ୍ଲିଶ୍ରୀ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ

-କଣ୍ଟାମାଳ: ଲୋକ ଆବାଜ. ଇନ୍ (ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦପଳାପଂଚାୟତ ଅନ୍ତର୍ଗତଦପଳା ପଲ୍ଲିଶ୍ରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକସ୍ତରୀୟ ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ମାସିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି |ଉକ୍ତ ସମ୍ମିଳନୀ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରଙ୍ଗାଧର ଝାଙ୍କର ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ କଣ୍ଟାମାଳ ଗୋଷ୍ଠୀ ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ସନୋଜ କୁମାର ସେଠି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାସିକ ବୈଠକ ବିଷୟରେ ବକ୍ତବ୍ୟ ରଖିଥିଲେ |ପରେ ଆର ପି ସମ୍ବିତ ମିଶ୍ର, ଆକାଶ ମେହେର ଓ ଶୁକଦେବ ପଣ୍ଡା ଯୋଗଦେଇ ଉତ୍କର୍ଷ,ଆକାଂକ୍ଷୀ, ମୁଖ୍ୟମନ୍ତ୍ରୀ ପୁରସ୍କାର,ପିଏମଶ୍ରୀ ସ୍କୁଲ,ଜାତୀୟ ଉପଲବ୍ଧି ସର୍ବେକ୍ଷଣ ବିଷୟରେ ତାଲିମ ଦେଇଥିଲେ |
ବ୍ଲକ ର ସମସ୍ତ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ |କାର୍ଯ୍ୟକ୍ରମ ପରିଚାଳନାରେଦପଳା ପଲ୍ଲିଶ୍ରୀ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, କର୍ମଚାରୀ ସହଯୋଗ କରିଥିଲେ |ଶେଷରେ ସାନଛପାପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ |
What's Your Reaction?






