ଦୁଇ ବାଇକ ମଧ୍ୟରେ ଧକ୍କା,ଜଣେ ମୃତ, ଦୁଇ ଗୁରୁତର :

Mar 26, 2025 - 21:57
 0  6
ଦୁଇ ବାଇକ ମଧ୍ୟରେ ଧକ୍କା,ଜଣେ ମୃତ, ଦୁଇ ଗୁରୁତର :
ଦୁଇ ବାଇକ ମଧ୍ୟରେ ଧକ୍କା,ଜଣେ ମୃତ, ଦୁଇ ଗୁରୁତର :

ଦୁଇ ବାଇକ୍ ମଧ୍ୟରେ ଧକ୍କା

ଜଣେ ମୃତ ,ଦୁଇ ଗୁରୁତର

ମ.ରାମପୁର:କଳାହାଣ୍ଡି ଜିଲ୍ଳା ନର୍ଲା ଥାନା ଅନ୍ତର୍ଗତ ଦେହେଲି ନିକଟରେ ଆଜି ସନ୍ଧ୍ୟାରେ ଦୁଇ ବାଇକ ଧକ୍କାରେ ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇଜଣ ଗୁରୁତର ହେଇଥିବା ଜଣାଯାଇଛି । ସୂଚନା ମୁତାବକ ମ.ରାମପୁର ବ୍ଲକ ମାଣିକେରା ଗ୍ରାମ ପଂଚାୟତର ଉପରନୂଆ ଗାଁ ପବିତ୍ର ଧରୁଆ(୨୫),ସିନ୍ଧିଗୁଡ଼ା ଗାଁର ଯୁବକ ମୃତ ବୃନ୍ଦା ପୁଟା(୨୧) ଏବଂ ଆଉ ଜଣେ ଯୁବକ ତୁଳାପଡ଼ା ଗ୍ରାମର ଚିତ୍ତ ରଂଜନ ମିଶ୍ର ପେସନ ପ୍ରୋ ଗାଡ଼ିରେ ଯାଉଥିବା ସମୟରେ ଦେହେଲି ନିକଟରେ ଦୁର୍ଘଟଣାର ଶିକାର ହେଇଥିଲେ । ଘଟଣାସ୍ଥଳରେ ହିଁ ସିନ୍ଧିଗୁଡ଼ା ଗ୍ରାମର ଯୁବକ ବୃନ୍ଦାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା କାରଣରୁ ମୃତ୍ୟୁ ଘଟିଥିବା ଜଣାଯାଇଛି । ତେବେ ଅନ୍ୟ ଗୁରୁତର ମାନଙ୍କୁ ପ୍ରଥମେ ନର୍ଲା ଓ ପରେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ନର୍ଲା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି । ତେବେ ଦ୍ରୃତ ଗାଡ଼ି ଚାଳନା ଯୋଗୁଁ ଏଭଳି ଅସମୟରେ ଜୀବନ ହାନୀ ହେଉଥିବା ସାଧାରଣରେ ଆଲୋଚନା ହେଉଛି ।

What's Your Reaction?

like

dislike

love

funny

angry

sad

wow