କାର ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଚାଳକ

କଣ୍ଟାମାଳ : ଲୋକ ଆବାଜ.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
କଣ୍ଟାମାଳ ବ୍ଲକ ଘଣ୍ଟାପଡା ଥାନା ଅଧିନ ରେକଡୋଲ ମାଣ୍ଡିଆଜୋର ରାସ୍ତାର ପଦର ଠାରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାରୁ ତିନି ଫୁଟ ତଳକୁ ଖସି ଯାଇଥିଲା l ସୂଚନାଯୋଗ୍ୟ ଯେ କୁଳୁତାଜୋର ଦିଗରୁ ମାଣ୍ଡିଆଜୋର ଦିଗକୁ ଧଳା ରଙ୍ଗର ଏକ ହୁଣ୍ଡାଇ କାର (ଓଡି୧୪ଏଫ୩୧୦୨) କ୍ଷୀପ୍ର ଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପାର୍ଶ୍ୱରେ ତିନି ଫୁଟ ତଳକୁ ଖସି ପଡିଥିଲା l ଗାଡିଟି ରାସ୍ତାରେ ଧକ୍କାପାଇ ଲାଇଟ ଓ କାଚ ନଷ୍ଟ ହୋଇଥିବା ବେଳେ ଗାଡି ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି l ଘଣ୍ଟାପଡା ଥାନା ପୋଲିସ ଉପସ୍ଥିତିରେ ଜେସିବି ମେସିନ ସହାୟତାରେ ଗାଡିକୁ ଉଦ୍ଧାର କରାଯାଇଛି l ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନାହିଁ କିମ୍ବା କେହି ରିପୋର୍ଟ କରି ନଥିବାରୁ ଚାଳକ ବିପକ୍ଷରେ ପଦକ୍ଷେପ ନିଆଯାଇନାହିଁ ବୋଲି ଏଏସଆଇ ଗୋବିନ୍ଦ ମଲିକ କହିଛନ୍ତି l ତେବେ ଗାଡିଟି କାହାର, କିଏ ଚଳାଉଥିଲେ, ଚାଳକର ଡ୍ରାଇଭିଙ୍ଗ ଲାଇସେନ୍ସ ଅଛି କି ନାହିଁ ତାହା ଯାଞ୍ଚ କରିବା ଆବଶ୍ୟକ ବୋଲି ବୃଦ୍ଧିଜୀବୀ ମହଳରେ ଚର୍ଚ୍ଚା ହେଉଛି l
What's Your Reaction?






