ପଲସଖଣ୍ଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

କଣ୍ଟାବାଞ୍ଜି: ଲୋକ୍ ଆଵାଜ୍.ଇନ୍(ହୁଲେଶ୍ୱର ହଂସ)
ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭୁସଲାଡ଼ ପଞ୍ଚାୟତ ପଲସଖଣ୍ଡ ଗ୍ରାମ ରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଆମ ସଂସ୍କୃତି ଆମ ଖେଳଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀବତ୍ସ ଦାସ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଭୁସଲାଡ଼ ପଞ୍ଚାୟତ ର ସରପଞ୍ଚ ଦୀପକ ଛୁରା ଯୋଗ ଦେଇଥିଲେ ।ମୁଖ୍ୟବକ୍ତା ଭାବେ ସିଆରସିସି ତୁଳସୀ ସୁନା,ସମ୍ମାନୀୟ ଅତିଥି ଭାବେ ଧନଞ୍ଜୟ ବେହେରା, ରୁଦ୍ରାକ୍ଷ ବେହେରା,ପୃଥିରାଜ ମଟୁଆଲି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।ଶିକ୍ଷକ ଅରୁଣ କୁମାର ଦାଶ ମଞ୍ଚ ସଂଯୋଜନା କରିଥିଲେ ।ଏଥିରେ ଶିକ୍ଷକ ଗୋପବନ୍ଧୁ ବାଗ ,କେଶବନ୍ତି ସାହୁ ଙ୍କ ସହ ଗ୍ରାମବାସୀ ମାନେ ସହଯୋଗ କରିଥିଲେ । ବିଭିନ୍ନ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ପରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।(ଫଟୋ ସହ)
What's Your Reaction?






