ଦୟାନନ୍ଦ ପବ୍ଲିକ୍ ସ୍କୁଲ ର ବାର୍ଷିକ ଉତ୍ସବ ମହା ସମାରୋହ ରେ ପାଳିତ

Dec 25, 2025 - 18:11
 0  3
ଦୟାନନ୍ଦ ପବ୍ଲିକ୍ ସ୍କୁଲ ର ବାର୍ଷିକ ଉତ୍ସବ ମହା ସମାରୋହ ରେ ପାଳିତ

ସୋନପୁର:ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ) 

 ଦୟାନନ୍ଦ ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ (ଉଦୟନ) ମହା ସମାରୋହ ରେ ପାଳିତ ହୋଇଯାଇଛି l ଶିକ୍ଷାନୁଷ୍ଠାନ ର ସଭାପତି ଶ୍ରୀ ରାଜେନ୍ଦ୍ର ଅଗ୍ରୱାଲ ଙ୍କ ସଭାପତିତ୍ବ ରେ ଅନୁଷ୍ଟିତ ଏକ ସଭାରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ ଯୋଗ ଦେଇ କେବଳ ଡ଼ିଗ୍ରୀ ହାସଲ କଲେ ଉଚ୍ଚ ଶିକ୍ଷିତ ହେଲେ ଉଚ୍ଚ ପଦବୀ ରେ ଉପସ୍ଥାପିତ ହେଇଗଲେ ପାଠ ର ମୂଲ୍ୟ କିଛି ନ ଥାଏ, ଯେଉଁ ପର୍ଯ୍ୟନ୍ତ ସେ ପାଠ ସହିତ ଡିଗ୍ରୀ ସହିତ ପଦବୀ ସହିତ ଗୋଟେ ସେବା ପ୍ରବଣତା ଆମ ଭିତରେ ରହି ନ ଥିବ ବୋଲି କହିଥିଲେ l ପୃଥିବୀ ରେ ଏମିତି କିଛି ନିୟମ ନାହିଁ ଯାହାକୁ ଆମେ ଉପକାର କରିବା ସେ ଆମ କୁ ପ୍ରତି ଉପକାର କରିବ, କିନ୍ତୁ ଆମେ ଯାହା ପାଇଁ ଉପକାର ସମବେଦନା ଦେଇଛୁ ଈଶ୍ୱର ଙ୍କ ପ୍ରତିଦାନ ନିଶ୍ଚିତ ବୋଲି ଜିଲ୍ଲାପାଳ ଡ଼. ସାହୁ କହିଥିଲେ l ବିଦ୍ୟାଳୟ ର ଅଧ୍ୟକ୍ଷା କେ. କୁମାରୀ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରି ବାର୍ଷିକ ବିବରଣୀ ପ୍ରଦାନ କରି ଥିବା ବେଳେ ମୁଖ୍ୟ ବକ୍ତା ଭାବେ ପଣ୍ଡିତ ଲକ୍ଷ୍ମଣ କୁମାର ଶାସ୍ତ୍ରୀ ବୈଦିକ ବିଦ୍ୱାନ ଗଞ୍ଜାମ, ବକ୍ତା ଭାବେ ଅଧ୍ୟକ୍ଷ ଦୟାନନ୍ଦ ଗ୍ରୁପ୍ ଅଫ ଇନ୍ସଟିଚିୟୁଟ ସମ୍ବଲପୁର ଶ୍ରୀ ଈଶ୍ୱର ପାଣିଗ୍ରାହି ଯୋଗ ଦେଇ ବର୍ତ୍ତମାନ ଆମ ହିନ୍ଦୁ ମାନେ ଧର୍ମ ଓ ସଂସ୍କୃତି ପ୍ରତି ଅଧିକ ସଚେତନ ହେବା ଅତି ଜରୁରୀ ହୋଇ ପଡ଼ିଛି ବୋଲି କହିଥିଲେ l ଶିକ୍ଷାବିଦ୍ ଡ଼ଃ ପ୍ରତିମା ରଥ, ହୋମୀଓ ଚିକିତ୍ସକ ଜଗଦୀଶ ମେହେର, ସାମାଜିକ କର୍ମୀ ଜଗନ୍ନାଥ ଭୁଏ ଙ୍କୁ ଦୟାନନ୍ଦ ଏକ୍ସସେଲେନ୍ସ ଆୱାର୍ଡ଼ ରେ ସମ୍ବର୍ଧିତ କରାଯାଇଥିଲା l ଓ ରିସର୍ସ ପର୍ସନ ଭାବେ ଶ୍ରୀଧର ବାଗ, ଉମାକାନ୍ତ ନାଗ, ଡଃ ଇତିଶ୍ରୀ ଦାଶ ଙ୍କୁ ସମ୍ବର୍ଧିତ କରାଯାଇଥିଲା l ସ୍କୁଲ ର ନିର୍ଦେଶକ ଶିବ ପ୍ରସାଦ ପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ୱା ବଧାନ ରେ ସମସ୍ତ କାର୍ଯ୍ଯ କ୍ରମ ଅନୁଷ୍ଟିତ ହୋଇଥିବା ବେଳେ ସୁଶ୍ରୀ ଅଙ୍କିତା ଶତପଥି ସଭା ପରିଚାଳନା କରିଥିବା ବେଳେ ଇଂରାଜୀ ଟିଚର୍ ଇତି ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ l ସ୍କୁଲ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ଯ କ୍ରମ ଗୀତ ନାଚ ପରିବେଷଣ କରା ଯାଇଥିଲା l ଅତିଥି ଙ୍କ ଦ୍ବାରା କୃତୀ ପ୍ରତିଯୋଗୀ ଓ ବେଷ୍ଟ ଷ୍ଟୁଡେଣ୍ଟସ ଙ୍କୁ ପୁରସ୍କୃତ କରା ଯାଇଥିଲା l ସ୍କୁଲ ର ସମସ୍ତ ଟିଚର, କର୍ମଚାରୀ ଓ ଭାରତ ବିକାଶ ପରିଷଦ ର ସଭାପତି ଶ୍ରୀ ଦୂର୍ଯୋଧନ ସାହୁ, ସଦସ୍ୟା ସୁନନ୍ଦା ସାହୁ, ନନ୍ଦିନୀ ତ୍ରୀପାଠୀ ପ୍ରମୁଖ ସମସ୍ତ ସଦସ୍ୟ କାର୍ଯ୍ଯ କ୍ରମ ରେ ସହଯୋଗ କରିଥିଲେ l

What's Your Reaction?

like

dislike

love

funny

angry

sad

wow