ସେଣ୍ଟ ଜାଭିୟର ଇଣ୍ଟର ନେସନାଲ ସ୍କୁଲ ର ୧୬ ତମ ବାର୍ଷିକ ଉତ୍ସବ ପାଳିତ
ସୋନପୁର :ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)
ସେଣ୍ଟ ଜାଭିୟର ଇଣ୍ଟର ନେସନାଲ ସ୍କୁଲ ର ୧୬ ତମ ବାର୍ଷିକ ଉତ୍ସବ ମହା ସମାରୋହ ରେ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ବୀର ମହାରାଜ ପୁର ବିଧାୟକ ଶ୍ରୀ ରଘୁନାଥ ଜଗଦଲା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଭିଶୁଟ ବୁର୍ଲା ର ପ୍ରଫେସର ଡ଼. ସୁନନ୍ଦା ପତ୍ରୀ ଯୋଗ ଦେଇଥିଲେ l ବିଦ୍ୟାଳୟ ର କ୍ୱାଲିଟି ଏଜୁକେଶନ କୁ ପ୍ରଶଂସା କରି ସ୍କୁଲ ଭିତ୍ତିଭୂମି ବିକାଶ ଲାଗି ଆର୍ଥିକ ଅନୁଦାନ ରାଶି ସହଯୋଗ ପାଇଁ ପ୍ରତିଶୁତି ଦେଇଥିଲେ l ଡ. ପତ୍ରୀ ବିଦ୍ୟାଳୟ ର ପରିବେଶ ଓ ଛାତ୍ର ଛାତ୍ରୀ ଙ୍କ ଶୃଂଖଳା, ସଂସ୍କାର ଓ ଉଚ୍ଚ କୋଟୀର ଗୀତ ନାଚ ସାଂସ୍କୃତିକ କାର୍ଯ୍ଯ କ୍ରମ କୁ ପ୍ରଶଂସା କରିଥିଲେ l ବିଦ୍ୟାଳୟ ର ନିର୍ଦେଶକ ଡ଼. ଅରୁଣ କୁମାର ରଥ ସ୍ଵାଗତ ଭାଷଣ ପ୍ରଦାନ୍ ପୁର୍ବକ ବିଦ୍ୟାଳୟ ର କ୍ୱାଲିଟି ଶିକ୍ଷା, ସଂସ୍କାର ଶୃଂଖଳା କୁ ଆହୁରି ମଜଭୁତ କରି ଗଢି ତୋଳିବାକୁ ସଂକଳ୍ପ ନେଇ ଅଭିଭାବକ ଙ୍କୁ ପ୍ରତିଶୁତି ଦେଇ ଥିଲେ l ବିଦ୍ୟାଳୟ ର ସମ୍ପାଦିକା ସବିତା ମହାପାତ୍ର ସଭା ପରିଚାଳନା କରିଥିବା ବେଳେ ବାର୍ଷିକ ବିବରଣୀ ପାଠ ଓ ଧନ୍ୟବାଦ୍ ଅର୍ପଣ କରିଥିଲେ l ବିଦ୍ୟାଳୟ ରେ ଅନୁଷ୍ଟିତ ହୋଇଥିବା ନୃତ୍ୟ, ସଙ୍ଗୀତ, କୁଇଜ୍, ଡିବେଟ, ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀ ଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରା ଯାଇଥିଲା l ବିଦ୍ୟାଳୟ ର ବେଷ୍ଟ ଷ୍ଟୁଡେଣ୍ଟ ଭାବେ ଦଶମ ଶ୍ରେଣୀ ର ଛାତ୍ରୀ ସୋନାଲି ପ୍ରଧାନ ଓ ଶ୍ରିମନ୍ତିକା ବିଶ୍ଵାଳ ଙ୍କୁ ମଧ୍ଯ ପୁରସ୍କୃତ କରା ଯାଇଥିଲା l ସ୍କୁଲ ଅଧ୍ୟକ୍ଷ ଗୁପ୍ତ୍ତେଶ୍ୱର ସାହୁ , ସମସ୍ତ ଶିକ୍ଷକ ଓ କର୍ମଚାରୀ ଉତ୍ସବରେ ସହଯୋଗ କରିଥିଲେ l ଅନିଶ ବିଶ୍ଵାଳ, ଶ୍ରୀମନ୍ତିକା ବିଶ୍ଵାଳ, ସାଗରିକା ପୁରୋହିତ ଛାତ୍ର ଛାତ୍ରୀ ଉଦ୍ଘୋଷଜ ଭାବେ ସାଂସ୍କୃତିକ ମଞ୍ଚ ପରିଚାଳନା କରିଥିଲେ l
What's Your Reaction?