ପଲସାଗୋରା ଠାରେ ମୁରାସୁର ଦରବାର ଉଦଘାଟିତ

Oct 18, 2024 - 06:31
 0  131
ପଲସାଗୋରା ଠାରେ ମୁରାସୁର ଦରବାର ଉଦଘାଟିତ

କଣ୍ଟାମାଳ: ଲୋକ୍ ଆଵାଜ୍.ଇନ୍( ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ପଲଶାଗୋରା ଠାରେ ସ୍ୱସ୍ତିକ କ୍ଲବ ଦ୍ୱାରା ଆୟୋଜିତ ହେଉଥିବା ଗଜଲକ୍ଷ୍ମୀପୂଜା ଅବସରରେ ମୁରାସୁର ଦରବାର ଉଦଘାଟିତ ହୋଇ ଯାଇଛି l ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ରେ କଂସ ମହାରାଜ ଭୂମିକା ରେ ଅଭିନୟ କରିଥିବା ହୃଷିକେଶ ଭୋଇ ମୁରାସୁର ଦରବାର ରେ ମୁରାସୁର ଭୂମିକା ରେ ଅଭିନୟ କରିଥିଲେ l କର୍ଣ୍ଣାଟକ ର ରାଜା କର୍ଣ୍ଣାଟେକେଶ୍ୱର ଦ୍ୱାରା ଘୋଷିତ ମୋତେ ଯିଏ ପରାସ୍ତ କରିବ ତାକୁ ମୁ ମୋର ରାଜ୍ୟରେ ରାଜା କରିବି ବୋଲି କରିଥିବା ଘୋଷଣା ଅନୁଯାୟୀ ମୁରାସୁର ଦ୍ୱାରା କର୍ଣ୍ଣାଟକେଶ୍ୱର ରାଜା ପରାସ୍ତ ଓ ମୁରାସୁର ରାଜା ହେବା ନାଟକ ମଞ୍ଚସ୍ଥ ହୋଇଥିଲା l ଏହି ଉଦ୍ଘାଟନୀ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେଜିଲ୍ଲା ପରିଷଦ ଉପାଧକ୍ଷ ଶଙ୍କର୍ଷଣ ପ୍ରଧାନସମ୍ମାନିତ ଅତିଥି ଭାବେ ସରପଞ୍ଚ ସୁଶ୍ରୀ ସୌଦାମିନୀ ମଲିକ,ବୌଦ୍ଧ ବ୍ଲକ ଅଧକ୍ଷ ବବିରଥବିଜେପି ଯୁବନେତା ବିଜିତ ପ୍ରଧାନ ଶିକ୍ଷକ ଅଜିତ ଗିରି ଯୋଗ ଦେଇ ଉଦଘାଟନ କରିଥିଲେ l,ପ୍ରସିଦ୍ଧ କଳାକାର ହୃଷିକେଶ ଭୋଇ ଙ୍କ ମୁରାସୁର ଭୂମିକାକୁ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଓ ଦର୍ଶକ ମାନେ ବହୁ ପ୍ରଶଂସା କରିଥିଲେ l ଅଜିତ ଗିରି ଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା l ମଞ୍ଚକୁ ଅଚୁତ ଖମାରି ପରିଚାଳନା କରିଥିଲେ l ସ୍ୱସ୍ତିକ କ୍ଲବ ର ସଦସ୍ୟ ମାନଙ୍କର ସହଯୋଗ ରେ ଶାନ୍ତି ଶୃଙ୍ଖଳାର ସହିତ ଦର୍ଶକ ମାନେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ କଳାକାରଙ୍କ ନାଚ ଗୀତ ଓ ନାଟକକୁ ଉପଭୋଗ କରିଥିଲେ l

What's Your Reaction?

like

dislike

love

funny

angry

sad

wow