ବାଲିଗୁଡ଼ା ବିଧାୟକ ଙ୍କ ନିଜ ଗାଁ ରେ ନେଟୱର୍କ ସମସ୍ୟା l ପାହାଡ଼ ଉପରେ ହେଉଛି ଅନ୍ ଲାଇନ୍ କାମ l ପ୍ରତିଶୃତି ପୂରଣ କରି ପାରିଲେ ନି ବିଧାୟକ

ବାଲିଗୁଡା: ଲୋକ୍ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା)
ପ୍ରତିଶୃତି ପୂରଣ କରି ପାରିଲେନି ବାଲିଗୁଡ଼ା ବିଧାୟକ ଚକ୍ର ମଣି କହଁର lବାଲିଗୁଡା ବିଧାୟକ ଙ୍କ ନିଜ ଗାଁ ସାଇନପଡ଼ା ଓ କୁଡୁତୁଲି ଗ୍ରାମ ପଞ୍ଚାୟତ ରେ କାମ କରୁନି ନେଟୱର୍କ l ସୁଭଦ୍ରା ଯୋଜନା ଆଧାର କାର୍ଡ ଲିଙ୍କ ରାସନ୍ କାର୍ଡ ଲିଙ୍କ ଭଳି ଗ୍ରାମ ପଞ୍ଚାୟତ ର ଯାବତୀୟ କାମ ହେଉଛି ପାହାଡ଼ ଉପରେ l ଅଞ୍ଚଳ ରେ ବି ଏସ ଏନ୍ ଏଲ୍ ନେଟୱlର୍କ ଅଛି ସତ କିନ୍ତୁ କାମ କରିନି l ଜିଓ ନେଟୱାର୍କ ଆଦୌ ନଥିବାରୁ ଦୁଇ ଗ୍ରାମ ପଞ୍ଚାୟତ ରେ ରହୁଥିବା ଗ୍ରାମବାସୀ କ ନୂଆଗାଁ ସହର କୁ ଆସି ଖର୍ଚ୍ଚାନ୍ତ ହେବାକୁ ପଡୁଛି l ଏବେ ସରକାରଙ୍କ ସୁଭଦ୍ରା ଯୋଜନା ର ଅନ୍ ଲାଇନ୍ ଫର୍ମ ଦାଖଲ ହେଉଥିବାରୁ ପାହାଡ଼ ଉପରେ ଏକ ଗଛ ତଳେ ଚାଲିଛି ଅନ୍ ଲାଇନ୍ କାମ l ଗ୍ରାମବାସୀ ପୁର୍ବ ସରକାର ସମୟରେ ଗାଁ ର ଯୁବକ ଚକ୍ର ମଣି କହଁର କୁ ଭୋଟ ଦେଇ ନିର୍ବାଚିତ କରିଛନ୍ତି କିନ୍ତୁ ଗ୍ରାମବାସୀ ଙ୍କୁ ପ୍ରତିଶୃତି ଉପରେ ପ୍ରତିଶୃତି ଦେଇ ବହୁମୂଲ୍ୟ ଭୋଟ ହାତେଇ ଛନ୍ତି କିନ୍ତୁ ଅଞ୍ଚଳ ର ବିକାଶ ହୋଇପାରିନି l ପୂର୍ବ ସରକାର ଅମଳ ରେ ବିଧାୟକ ଙ୍କ ଅଞ୍ଚଳବାସୀ ନେଟୱାର୍କ ସମେତ ବିଭିନ୍ନ ମୌଳିକ ସମସ୍ୟା ସମାଧାନ ପାଇଁ ପ୍ରଶାସନ ଅଧିକାରୀ ବିଧାୟକ ଙ୍କୁ ଅଭିଯୋଗ କରିଥିଲେ ମଧ୍ଯ କୌଣସି କାମ ହୋଇ ନ ଥିବା କହିଛନ୍ତି ଗ୍ରାମବାସୀ l ବର୍ତ୍ତମାନ ସରକାର ରେ ବିଧାୟକ ବିରୋଧି ଦଳ ର ଭୂମିକା ନିଭାଇଛନ୍ତି ଏଵଂ ବିଧାନସଭା ରେ ଅନେକ ଗୁଡ଼ାଏ ପ୍ରଶ୍ନ ପଚାରୁଛନ୍ତି l ଗତ ଯୋଜନା ରେ ନହେଲା ନାହିଁ ଚଳିତ ଯୋଜନା ରେ ବିଧାୟକ ମହୋଦୟ ନିଜ ଗାଁ ର ମୌଳିକ ସମସ୍ୟା ର ସମାଧାନ ପାଇଁ ବିଧାନ ସଭା ରେ ପ୍ରଶ୍ନ କରି ଗାଁ ର ଉନ୍ନତି କରିବେ ବୋଲି ଗ୍ରାମବାସୀ ଆଶା ବାନ୍ଧିଛନ୍ତି l
What's Your Reaction?






