ନିଅଙ୍କୁଶ ୨୪ ବର୍ଷ ଶାସନ ରେ ରାସ୍ତା ନାହିଁ ,କୋଟଗଡ ଦୁର୍ଗାପଙ୍ଗା ମିଥ୍ୟା ବିଲ ର ସାଇଡ ଇଫେକ୍ଟ .......... ଖଟିଆ ରେ ବୁହା ହେଲେ ରୋଗୀ !!! ଝାଡା ବାନ୍ତି ରେ ୮ ମୃତ୍ୟୁ ଅଭିଯୋଗ l

Oct 1, 2024 - 12:39
 0  22
ନିଅଙ୍କୁଶ ୨୪ ବର୍ଷ ଶାସନ ରେ ରାସ୍ତା ନାହିଁ ,କୋଟଗଡ ଦୁର୍ଗାପଙ୍ଗା ମିଥ୍ୟା ବିଲ ର ସାଇଡ  ଇଫେକ୍ଟ .......... ଖଟିଆ ରେ ବୁହା ହେଲେ ରୋଗୀ !!! ଝାଡା ବାନ୍ତି ରେ ୮ ମୃତ୍ୟୁ ଅଭିଯୋଗ l

ବାଲିଗୁଡା - ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

ଗତ ସରକାର ଙ୍କ ନିରଙ୍କୁଶ ୨୪ ବର୍ଷ ଶାସନ ପରେ ଏବେ ବି କନ୍ଧମାଳ ଜିଲ୍ଲାରେ ଜନନୀ ଯନ୍ତ୍ରଣା। ଏହି କ୍ଷେତ୍ରରେ ଗତକାଲି ପୁଣି ଏକ ଦୁଃଖଦ ଘଟଣା ସାମନା କୁ ଆସିଛି । ଗାଁକୁ ନାହିଁ ପକ୍କା ରାସ୍ତା ଶେଷରେ ବହୁ କଷ୍ଟରେ ଖଟିଆ ସାହାଯ୍ୟରେ ରୋଗୀକୁ ବୁହା ହେଲା ଜଣେ ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହୋଇଥିବା ରୋଗୀ। ବାଲିଗୁଡା ନିର୍ବାଚନ ମଣ୍ଡଳୀ ର କୋଟଗଡ଼ ବ୍ଲକ୍ ଅନ୍ତର୍ଗତ ଦୁର୍ଗାପାଙ୍ଗା ପଞ୍ଚାୟତ ଅଧିନସ୍ଥ କାଣିବାରୁ ଗ୍ରାମରେ ଗତ ସରକାର ଙ୍କ ନିରଙ୍କୁଶ ୨୪ ବର୍ଷ ଶାସନ ରେ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ଗାଁକୁ ପକ୍କା ରାସ୍ତା ଟିଏ ନଥିବାରୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ଦୁଃଖ ଓ ପରିତାପର ବିଷୟ ଯେ ବିଜେଡି ର ୨୪ବର୍ଷ ଶାସନ ରେ କୋଟଗଡ଼ ବ୍ଲକ ଉପାନ୍ତ ଅଞ୍ଚଳ ଦୁର୍ଗାପାଙ୍ଗା ଗ୍ରାମ ପଂଚାୟତ କୁ କୋଟି କୋଟି ଟଙ୍କାର ଅନୁଦାନ ଆସିଥିଲେ ମଧ୍ୟ ସରକାରୀ ଅଫିସର ଓ ରାଜନେତାମାନେ ମିଥ୍ୟା ବିଲ କରି ଚଳୁ କରିଛନ୍ତି l

ରାସ୍ତା ନ ଥିବାରୁ ଖଟିଆ ରେ ବୋହି ଆମ୍ବୁଲାନ୍ସ ଯୋଗେ କୋଟଗଡ଼ ମେଡ଼ିକାଲ କୁ ପହଞ୍ଚି ବେଳେ ସେହି ରୋଗୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ଘଟିଥିବା ଜଣା ପଡିଛି । କିଛିଦିନ ହେବ କୋଟଗଡ଼ ବ୍ଳକର ବିଭିନ୍ନ ଅଞ୍ଚଳର ଝାଡ଼ାବାନ୍ତି ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ସୂଚନା ରହିଥିବା ବେଳେ ସଚେତନତା ଅଭାବରୁ ଲୋକ ଅଖାଦ୍ୟ ଖାଇ ଦୂଷିତ ଜଳ ବ୍ୟବ ବ୍ୟବହାର କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି lଗୁଣି ଗାରେଡ଼ି ଉପରେ ଭରସା କରୁଥିବା ମଧ୍ୟ ଜଣାପଡିଛି। ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନେକ ସମୟରେ ଏଭଳି ଦୁର୍ଗମ କୁଟିଆ ଅଞ୍ଚଳରେ ଲୋକଙ୍କୁ ସଚେତନତା କାର୍ଯ୍ୟକ୍ରମ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଞ୍ଚଳ ବାସୀ ଦାବୀ କରିଛନ୍ତି l

What's Your Reaction?

like

dislike

love

funny

angry

sad

wow