ନିରନ୍ତର ବିକାଶ ଲକ୍ଷ୍ୟ ୨୦୩୦ - ବ୍ଲକ ସ୍ତରୀୟ ତାଲିମ ଶିବିର
ନୂଆପଡ଼ା- ଲୋକ ଆବାଜ.ଇନ(ରାମନାଥ ପଣ୍ଡାଙ୍କ ରିପୋର୍ଟ )
ନୂଆପଡ଼ା ଜିଲ୍ଲା ବୋଡ଼େନ ପଞ୍ଚାୟତ ସମିତି ସଭା ଗୃହରେ ଭବିଷ୍ୟତ ପିଢ଼ିର ନିଜ ଆବଶ୍ୟକତା ପୂରଣ କରିବାର କ୍ଷମତାକୁ ହ୍ରାସ ନକରି ବର୍ତ୍ତମାନ ପିଢ଼ିର ଆବଶ୍ୟକତା ପୁରଣ କରିବାକୁ ଚେଷ୍ଟା କରି ୨୦୩୦ ବର୍ଷ ସୁଦ୍ଧା ଭାରତକୁ ବିକଶିତ ଦେଶ ଗଢିତୋଳିବା ଉଦ୍ଦେଶ୍ୟରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ନୂଆପଡ଼ା ତରଫରୁ ବ୍ଲକ ସ୍ଥରୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ନେ଼ଇ ନିରନ୍ତର ବିକାଶ ଲକ୍ଷ୍ୟ - ୨୦୩୦ ଉପରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା I ଶିବିରରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ସଙ୍ଗୀତା ମାଝୀ, ଗୋଷ୍ଠି ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ରଣା,ଗୋଷ୍ଠି ଶିକ୍ଷା ଅଧିକାରୀ ରୁଦ୍ରେଶ୍ୱର ମେହେର,ନୂଆପଡା ଯୋଜନା ବିଭାଗ ଉପନିର୍ଦେଶକ ଦିଲେଶ୍ୱର ଧରୁଆ,କଳାହାଣ୍ଡି ଯୋଜନା ବିଭାଗ ଉପନିର୍ଦେଶକ ଶ୍ରୀକାନ୍ତ ଦଳେଇ ଏବଂ ଡିପି ଏମ ୟୁ ଏମପିଏଲ୍ଇ କୁମୁଦିନୀ ମିଶ୍ର ମଞ୍ଚାଷିନ ଥିବାବେଳେ ଉପ ନିର୍ଦ୍ଦେଶକ ଦିଲେଶ୍ୱର ଧରୁଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଉପନିର୍ଦେଶକ ଶ୍ରୀକାନ୍ତ ଦଳେଇ ଓ ଏମ ପି ଏଲ ଇ କୁମୁଦିନୀ ମିଶ୍ର ୧୭ଟି ନିରନ୍ତର ବିକାଶ ଲକ୍ଷ୍ୟ ଏବଂ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ ଉପରେ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ପ୍ରଦାନ କରିଥିଲେ । ପଞ୍ଚାୟତ ସମିତିର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ବ୍ଳକ ସ୍ତରୀୟ ବିଭାଗୀୟ ଅଧିକାରୀ, ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ, ଗୋଷ୍ଠୀ କୃଷି ଅଧିକାରୀ, ଗୋଷ୍ଠୀ ଉଦ୍ୟାନ କୃଷି ଅଧିକାରୀ, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ, ବ୍ଳକ ଯୋଗାଣ ନିରୀକ୍ଷକ,ଆକାଂକ୍ଷି ବ୍ଳକ ସହଯୋଗୀ ପ୍ରଶିକ୍ଷଣରେ ଭାଗନେଇଥିଲେ I ନୂଆପଡା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗର କର୍ମଚାରୀ ପ୍ରେମରାଜ ହଂସ୍, ରଶ୍ମି ଠାକୁର, ଜଗତ ମୋହନ ସାହୁ ଏବଂ ଧବଳେଶ୍ଵର ମେହେର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I
What's Your Reaction?