ସୁଭଦ୍ରା ଯୋଜନାର ବୈଠକ ବେଳେ ଲୋକ ପ୍ରତିନିଧି ମାନଙ୍କୁ ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର ଙ୍କ ଦୂର୍ବବ୍ୟହାର ଅଭିଯୋଗ

ବାଲିଗୁଡ଼ା: ଲୋକ୍ ଆବାଜ୍.ଇନ୍ ( ପ୍ରମୋଦ କୁମାର ଦଣ୍ଡସେନା)
ଜନ ପ୍ରତିନିଧି ମାନଙ୍କୁ ମିଳୁନି ଉଚିତ୍ ସମ୍ମାନ । ସରକାରୀ ଅଧିକାରୀ ମାନେ ବିଭିନ୍ନ ସମୟରେ ଜନ ପ୍ରତିନିଧି ଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ଜନ ପ୍ରତିନିଧି ମାନେ ଅଭିଯୋଗ କରିଛନ୍ତି । ଏଭଳି ଅଭିଯୋଗ ଆସିଚି ଦାରିଙ୍ଗବାଡି ବ୍ଲକ ଅଞ୍ଚଳରୁ । ଦାରିଙ୍ଗବାଡି ବ୍ଲକର ବିଡ଼ିଓ ଗଦାଧର ପାତ୍ର ଏକ ବୈଠକ ରେ ସରପଞ୍ଚ ମାନଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଦାରିଙ୍ଗବାଡି ସରପଞ୍ଚ ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ହେଲେ ସରପଞ୍ଚ ଙ୍କୁ କୌଣସି ଦୁର୍ବ୍ୟବହାର କରି ନଥିବା ନେଇ ବିଡ଼ିଓ ଗଦାଧର ପାତ୍ର ମତ ପ୍ରକାଶ କରିଛନ୍ତି । ସୂଚନା ପ୍ରକାରେ, ଶନିବାର ଦିନ ବ୍ଲକ ସଭାଗୃହ ଠାରେ ସୁଭଦ୍ରା ଓ ପିଏମ ବିଶ୍ଵକର୍ମା ଯୋଜନା ସଂପର୍କୀତ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଦାରିଙ୍ଗବାଡି ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ ମାନେ ମଧ୍ୟ ଉପସ୍ଥିତି ଥିଲେ । ହେଲେ ସୁଭଦ୍ରା ଯୋଜନା ସଂପର୍କୀତ ପ୍ରଶ୍ନ ବାଡାବାଙ୍ଗା ସରପଞ୍ଚ ପ୍ରସନ୍ନ ପ୍ରଧାନ ବିଡ଼ିଓ ଗଦାଧର ପାତ୍ର ଙ୍କୁ ପଚାରିଥିଲେ । ହେଲେ ବିଡ଼ିଓ ଉତ୍ କ୍ଷୀପ୍ତ ହୋଇ ଉତ୍ତର ଦେବା ବଦଳରେ ସରପଞ୍ଚ ଙ୍କୁ ବୈଠକ ରୁ ବାହାରି ଯିବାକୁ କହିଥିଲେ । ଏହା ପରେ ସମସ୍ତ ସରପଞ୍ଚ ବୈଠକ ବର୍ଜନ କରି ବୈଠକ ସରିବା ପରେ ବିଡ଼ିଓ ଙ୍କ ଚ୍ୟାମ୍ବର୍ ସାମ୍ନାରେ ବିଡ଼ିଓଙ୍କୁ ଅପେକ୍ଷା କରି ରହିଥିଲେ । ହେଲେ ସରପଞ୍ଚ ମାନଙ୍କୁ ବିଡ଼ିଓ ଦେଖାଦେଇନଥିଲେ । ସରପଞ୍ଚ ମାନେ ଅନେକ ସମୟ ଅପେକ୍ଷା କରିବା ପରେ ବିଡ଼ିଓ ବିଳମ୍ବରେ ଆସିବାରୁ ସରପଞ୍ଚ ମାନେ ଉତକ୍ଷୀପ୍ତ ହୋଇ ଚାଲି ଯାଇଥିଲେ । ଖାଲି ଏହି ଗୋଟିଏ ଦିନ ନୁହଁ ପୂର୍ବରୁ ମଧ୍ୟ ଭ୍ରମରବାଡ଼ି ସରପଞ୍ଚ ଓ ସିର୍କାବର୍ଗ ସରପଞ୍ଚ ଙ୍କୁ ମଧ୍ୟ ବିଡ଼ିଓ ଗଦାଧର ପାତ୍ର ଦୁର୍ବ୍ୟବହାର କରିବା ସହ ପୋଲିସ ଡକେଇ ଥାନା କୁ ନେଇଥିବା ମଧ୍ୟ ସଂଘର ସଦସ୍ୟ ମାନେ ଅଭିଯୋଗ କରିଛନ୍ତି । ଏନେଇ ସଂଘ ପକ୍ଷରୁ ବିଡ଼ିଓ ଙ୍କ ବିରୋଧରେ ଖୁବ୍ ଶୀଘ୍ର ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରାଯିବ ବୋଲି ସଂଘ ସମ୍ପାଦକ ତଥା ସିଆଙ୍ଗବାଲି ସରପଞ୍ଚ ଆନ୍ଦ୍ରୀକ ପ୍ରଧାନ, କୋଷାଧ୍ୟକ୍ଷ ତଥା ଦନେକବାଡ଼ି ସରପଞ୍ଚ ନଞ୍ଜୟ ପ୍ରଧାନ, ପ୍ଲିହେରୀ ସରପଞ୍ଚ ପାଉଲ ପ୍ରଧାନ, ଦାରିଙ୍ଗବାଡି ସରପଞ୍ଚ ଚନ୍ଦ୍ରିକା ମଲିକ, ଭ୍ରମରବାଡ଼ି ସରପଞ୍ଚ ନରତମ ପ୍ରଧାନ ବାଡାବାଙ୍ଗା ସରପଞ୍ଚ ପ୍ରସନ୍ନ ପ୍ରଧାନ, ସିର୍କାବର୍ଗ ସରପଞ୍ଚ ଚିରଞ୍ଜିବୀ ପ୍ରଧାନ ପପ୍ରମୁଖ ମତ ପ୍ରକାଶ କରିଛନ୍ତି । ଦରକାର ପଡ଼ିଲେ ଦାରିଙ୍ଗବାଡି ବ୍ଲକ ବନ୍ଦ ଡାକରା ଦେବାକୁ ମଧ୍ୟ ପଛେଇବୁ ନାହିଁ ବୋଲି ସରପଞ୍ଚ ସଂଘ ପକ୍ଷରୁ କୁହାଯାଇଛି ।
What's Your Reaction?






