ପତ୍ନୀ ହନ୍ତା ସ୍ବାମୀ ଗିରଫ, ଜଙ୍ଗଲରୁ ଗୋଡ଼ାଇ ଗୋଡ଼ାଇ ଧରିଲା କଣ୍ଟାମାଳ ପୁଲିସ

କଣ୍ଟାମାଳ: ଲୋକ୍ ଆବାଜ.ଇନ୍(ପୂର୍ଣ୍ଣ ଚରଣ ସାହୁଙ୍କ ରିପୋର୍ଟ)
ବୌଦ୍ଧଜିଲ୍ଲା କଣ୍ଟାମାଲ ବ୍ଲକ ସଦର ଥାନା ଅନ୍ତର୍ଗତ ରେଙ୍ଗାଲି ପଞ୍ଚାୟତ ଚାରଭାଟି ଗାଁର ଅଞ୍ଜଳି ତରିଆକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗରେ ହତ୍ୟାକାରୀ ସ୍ବାମୀ ସର୍ବେଶ୍ୱର ନାଏକକୁ କଣ୍ଟାମାଳ ପୁଲିସ ଗିରଫ କରିଛି । ଘଣ୍ଟାପଡା ଥାନା ବଡବାହାଲ୍ ଗ୍ରାମର ସର୍ବେଶ୍ୱର୍ ନାଏକ (୩୧) ୪ ବର୍ଷ ପୂର୍ବେ କଣ୍ଟାମାଳ ଥାନା ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ଚାରଭାଟି ଗ୍ରାମର ଜିତ ତରିଆଙ୍କ ଝିଅ ଅଞ୍ଜଳି ତରିଆଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ | ଏପରିକି ତାଙ୍କର ୩ବର୍ଷର ଏକ ଝିଅ ଅଛି | ହେଲେ ୩ମାସ ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଳହ ଲାଗି ରହିଥିବା ବେଳେ ଗତ ୨ବର୍ଷ ହେବ ଅଞ୍ଜଳି ସ୍ଵାମୀଙ୍କ ସହ ବାପ ଘରେ ରହି ଆସୂଥିଲେ | ରବିବାର ନୂଆଁଖାଇ ଦିନ ସର୍ବେ ମଦ ପିଇ ରାତି ୭ଟାରେ ଘରକୁ ଆସିଥିଲେ | ଖାଇ ପିଇ ସମସ୍ତେ ଶୋଇବା ପରେ ମଦ୍ୟପ ସ୍ବାମୀ ପୂର୍ବ କଳହକୁ ନେଇ ରବିବାର ରାତି ୩ଟା ସମୟରେ ଶୋଇଥିବା ବେଳେ ଏକ ଟାଙ୍ଗିଆରେ ସ୍ତ୍ରୀ ଅଞ୍ଜଳିର ଗଳାରେ ୪/୫ଚୋଟ ମାରି ହତ୍ୟା କରିଥିଲା | ହତ୍ୟା କରିବା ପରେ ମଦ୍ୟପ ସ୍ବାମୀ ସର୍ବେ ବାଇକ୍ ଧରି ଘଟଣା ସ୍ଥଳରୁ ଫେରାର ମାରିଥିଲା| ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ଅନୁସାରେ ପୁଲିସ ୧୭୦/୨୪ରେ ଏକ ହତ୍ୟା ମାମଲା ରୁଜୁ କରିଥିଲା | ଅଭିଯୁକ୍ତ ସର୍ବେଶ୍ଵରକୁପୁଲିସ ଗୋଛାପଡା ଥାନା ଅନ୍ତର୍ଗତ ବଲନ୍ଦାପଡ଼ା ନିକଟ ଜଙ୍ଗଲରୁ ଗୋଡ଼ାଇ ଗୋଡ଼ାଇ ଧରିବା ସହ ଗିରଫ କରିଥିବା ବେଳେ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ କୁ ଜବତ କରିଛି | ସର୍ବେ କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି |
What's Your Reaction?






