ସାଇ ପ୍ରଭୁଜି ଗ୍ଲୋବାଲ ସ୍କୁଲ ବାର୍ଷିକ ଉତ୍ସବ ପାଳିତ l

Nov 24, 2024 - 20:36
 0  59
ସାଇ ପ୍ରଭୁଜି ଗ୍ଲୋବାଲ ସ୍କୁଲ ବାର୍ଷିକ ଉତ୍ସବ ପାଳିତ l

ବାଲିଗୁଡା :ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

କନ୍ଧମାଳ ଜିଲ୍ଲା ବାଲିଗୁଡାର ଅଗ୍ରଣୀ ସାଇ ପ୍ରଭୁଜି ଗ୍ଲୋବାଲ ବିଦ୍ୟାଳୟ ତୃତୀୟ ବାର୍ଷିକ ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି | ଏହି ମୁଖ୍ୟ ଅତିଥି ଭାବେ ତହସିଲଦାର ଶ୍ରୀ ଦୀପ୍ତି ପ୍ରକାଶ ବେହେରା, ବ୍ଲକ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ ବାଲିଗୁଡା, ସହକାରୀ ଶିକ୍ଷକ ତୀର୍ଥବାସୀ ଘଡେଇ ,,ଶ୍ରୀମତୀ ଗୀତା ପାତ୍ର ସଭାପତି ସାଇ ପ୍ରଭୁଜି ଗ୍ଲୋବାଲ ସ୍କୁଲ,(ଶିକ୍ଷା କମିଟି )ବାଲିଗୁଡା, ରଞ୍ଜନ କୁମାର ପଟ୍ଟନାୟକ, ସାଇ ପ୍ରଭୁଜୀ ଇଂଲିଶ ମିଡିୟମ ସ୍କୁଲ, ରେଢ଼ାଖୋଲ ରବି ନାରାୟଣ ମିଶ୍ର ପ୍ରିନ୍ସିପାଲ୍, ସାଇ ପ୍ରଭୁଜି ଗ୍ଲୋବାଲ୍ ସ୍କୁଲ୍, ବାଲିଗୁଡା ,ପ୍ରମୁଖ ମଞ୍ଚାସିନ ଥିଲେ |

 ସଭାକାର୍ଯ୍ୟ ପ୍ରାରମ୍ଭ ରୁ ପ୍ରଦୀପ ପ୍ରଜ୍ଜଳନ ସହିତ ବାର୍ଷିକ ବିବରଣୀ ପଠନ କରାଯାଇଥିଲା |ସାଇ ପ୍ରଭୁଜି ଗ୍ଲୋବାଲ ବିଦ୍ୟାଳୟ ନର୍ସରୀ ରେ ପଢ଼ୁଥିବା ଏକ ଛାତ୍ର ଆଦିଭିକ ପାଢ଼ୀ ଇଣ୍ଡିଆ ଵୁକ୍ ଅଫ ରେକର୍ଡ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଥିବାରୁ ଆମନ୍ତ୍ରିତ ଅତିଥି ବୃନ୍ଦ ପ୍ରଶଂସା କରିଥିଲେ l ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଗଣ ଶିକ୍ଷା ର ଉନ୍ନତି ପାଇଁ ଅଭିଭାବକ ଙ୍କ ଭୂମିକା ସମ୍ବନ୍ଧରେ ଆଲୋକପାତ କରିଥିଲେ ଓ ପରେ ସ୍କୁଲ ଛାତ୍ର ଛାତ୍ରୀ ଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଅଭିଭାବକ ଓ ଦର୍ଶକ ଙ୍କୁ ବିମୋହିତ କରିଥିଲା, ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା | ଏଥିରେ ତିନିଶହ ରୁ ଉର୍ଦ୍ଧ ଅଭିଭାବକ ମାନେ ଉପସ୍ଥିତ ଥିଲେ |

What's Your Reaction?

like

dislike

love

funny

angry

sad

wow