ପଲସାଗୋରା ଶିଶୁ ମନ୍ଦିରରେ ସଙ୍କୁଳ ସ୍ତରୀୟ ବାର୍ଷିକ କ୍ରୀଡା | ଘଣ୍ଟାପଡ଼ା ଶିଶୁ ମନ୍ଦିରର ଛାତ୍ରୀ ଲିଳିମା ସାହୁ ଚମ୍ପିଆନ,

କଣ୍ଟାମାଳ:ଲୋକ ଆବାଜ.ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲାକଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପଲସlଗୋରା ଠାରେ କଣ୍ଟାମାଳ ସଙ୍କୁଳ ସ୍ତରୀୟ ବାର୍ଷିକ କ୍ରୀଡା ରେ ସଙ୍କୁଳ ପ୍ରମୁଖ ସନ୍ତୋଷ କୁମାର ବିଶି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ କ୍ରୀଡ଼ା ଉତ୍ସବରେରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ସତ୍ୟଭାନୁ ଦଣ୍ଡୁଆଶୀ ଓ ସମlରୋପରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଏ.ବି.ଓ ଶ୍ରୀ ଲୋକନାଥ ପାଢ଼ୀ ଦୀପ ଲଗାଇ ଉଦ୍ଘାଟନ କରିଥିଲେ । ପରେ ସମସ୍ତ ଶିଶୁ ମନ୍ଦିରର ଭାଇଭଉଣୀଙ୍କୁ ନେଇ ୧୧ ବର୍ଷରୁ କମ ଓ ୧୪ବର୍ଷରୁ କମ ବିଭାଗରୁ ବାଳକ ଓ ବାଳିକା ମାନଙ୍କ ଅଲଗା ଅଲଗା ବିଭିନ୍ନ କ୍ରୀଡ଼ା ପ୍ରତିଯୋଗୀତା ହୋଇଥିଲା। ପରେ ପୁରସ୍କାର ବିତରଣୀ ସଭାରେ ମୁଖ୍ୟଅତିଥି ଶ୍ରୀଦଣ୍ଡୁଆସି ଓଏବିଇଓ ଶ୍ରୀ ପାଢ଼ୀ, ମୁଖ୍ୟ ବକ୍ତା ଭାବେ ବୌଦ୍ଧ ଜିଲ୍ଲା ପ୍ରମୁଖ ଶ୍ରୀ କାର୍ତ୍ତିକେଶ୍ଵର ବେହେରା ଯୋଗଦେଇ ଥିଲେ l ସମ୍ମାନୀତ ଅତିଥି ଭାବେ ସଭାପତି ଶ୍ରୀ ଶିଶିର କୁମାର ଖଟୁଆ , ସଙ୍କୁଳ ସଂଯୋଜକ ଶ୍ରୀ ଭଗବାନ ମନହିରl ,ଶ୍ରୀ ଅଜିତ କୁମାର ଗିରି ,ଶ୍ରୀ ରାଜେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଘଣ୍ଟାପଡ଼ା ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ୧୪ ବର୍ଷରୁ କମ ବିଭାଗରୁ ୪୦୦ମି. ଦୌଡ଼, ଉଚ୍ଚଡ଼ିଆଁ ଓ ବାଧା ଦୌଡ଼ରେ ୩ଟି ଖେଳରୁ ପ୍ରଥମ ସ୍ଥାନ ହାସଲ କରିଥିବାରୁ ତାଙ୍କୁ ସଂକୁଳ ସ୍ତରୀୟ ଚମ୍ପିଆନ ଟ୍ରଫି ପ୍ରଦାନ କରାଯାଇଥିଲା।ପ୍ରଧାନ ଆଚାର୍ଯ୍ୟ ହେମନ୍ତ ପୁଟେଲ ଅତିଥି ପରିଚୟ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସଙ୍କୁଳ ଶାରୀରିକ ପ୍ରମୁଖ ଶ୍ରୀପତି ଦୀପ ବାର୍ଷିକ କ୍ରୀଡା ବିବରଣୀ ପଠନ କରିଥିଲେ। ଆସନ୍ତା ବର୍ଷ ଘଣ୍ଟାପଡ଼ା ଶିଶୁ ମନ୍ଦିରରେ ସଂକୁଳ ସ୍ତରୀୟ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ପାଇଁ ପ୍ରଧାନ ଆଚାର୍ଯ୍ୟ ଲିଙ୍ଗରାଜ ସେଠଙ୍କୁ ସଂକୂଳ ସଂପାଦକ ଭଗବାନ ମନହିରା କ୍ରୀଡ଼ା ପତକା ପ୍ରଦାନ କରିଥିଲେ।
ଉକ୍ତ ପ୍ରତିଯୋଗୀତାରେ ଶାରିରୀକ ପ୍ରମୁଖ ଆଚାର୍ଯ୍ୟ ନେପାଲ ଭୋଇ , ହେମନ୍ତ ମଲ୍ଲିକ , ସୁଶାନ୍ତ ପ୍ରଧାନ , ଶ୍ରୀକାନ୍ତ କୁଦେଇ,ଶଙ୍କର୍ଷଣ ଖେତି , କୃପାସିନ୍ଧୁ ବଘାର ଖେଳ ପରିଚାଳନା କରିଥିଲେ ।ମୋଟ ୯୧ ଜଣ ଶିଶୁ ଭାଇ ଭଉଣୀ ଭାଗ ନେଇଥିଲେ । ପ୍ରଧାନ ଆଚାର୍ଯ୍ୟ ଅଶୋକ କୁମାର ବଡ଼ମାଳି , ଲିଙ୍ଗରାଜ ସେଠ୍ ସହଯୋଗ କରିଥିଲେ । ସ୍ଥାନୀୟ ଶିଶୁ ମନ୍ଦିର ର ପରିଚାଳନା ସମିତିର ସମସ୍ତ କାର୍ଯ୍ୟକର୍ତ୍ତା, ସମସ୍ତ ଗୁରୁଜୀ ଗୁରୁମା ,ସେବକ ସେବକା ସହଯୋଗ କରିଥିଲେ। ବିଦ୍ୟୁତ ପରିଷଦ ର ସମ୍ପାଦକ ଶ୍ରୀ ବଳଦେବ ପ୍ରହରାଜ ଧନ୍ୟବାଦ୍ ଅର୍ପଣ କରିଥିଲେ ।
What's Your Reaction?






