ପି ଏମ ଶ୍ରୀ ଉତ୍ସବ, ଜିଲ୍ଲାପାଳ ମୁଖ୍ୟ ଅତିଥି

Dec 19, 2025 - 13:16
 0  18
ପି ଏମ ଶ୍ରୀ ଉତ୍ସବ, ଜିଲ୍ଲାପାଳ ମୁଖ୍ୟ ଅତିଥି

ନୂଆପଡ଼ା - ଲୋକ ଆବାଜ.ଇନ(ରାମନାଥ ପଣ୍ଡାଙ୍କ ରିପୋର୍ଟ)

ଜିଲ୍ଲାର ବୋଡ଼େନ ବ୍ଲକ ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କରଙ୍ଗାମାଲରେ ଆୟୋଜିତ ପି ଏମ ଶ୍ରୀ ଉତ୍ସବର ପ୍ରଥମ ଦିବସରେ ପ୍ରଧାନ ଶିକ୍ଷକ ସତ୍ୟନାରାୟଣ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ରୂପେ ଅଳଙ୍କୃତ ଥିବାବେଳେ ପ୍ରାକ୍ତନ ଅଧ୍ୟକ୍ଷ ଡି ଏ ଭି କଲେଜ ଟିଟିଲାଗଡ ଶିବ ପ୍ରସାଦ ବେହେରା ମୁଖ୍ୟ ବକ୍ତା ଭାବରେ ,ସମ୍ମାନିତ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ରାମଲାଲ ପଣ୍ଡା,ବି ଡି ଓ ସୁଶାନ୍ତ କୁମାର ରଣା ଓ ଶ୍ରୀ ଜଗନ୍ନାଥ +୨ କଲେଜ ଅଧ୍ୟକ୍ଷ ଦେବରାଜ ମାଝୀ ମଞ୍ଚାଷିନ ଥିଲେ।ଶିକ୍ଷକ ସୁଶାନ୍ତ ବାଗ ସ୍ବାଗତ ସମ୍ଭାଷଣ ରଖିଥିବାବେଳେ ମୁଖ୍ୟ ବକ୍ତା ଏବଂ ମୁଖ୍ୟ ଅତିଥି ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ଆଉ ଶିକ୍ଷାର ବ୍ୟବହାର, ଶୃଙ୍ଖଳା ଓ ଧୈର୍ଯ୍ୟର ପରିଣାମ,ପ୍ରତିଶ୍ରୁତି ଓ ପ୍ରତାରଣା ପଛର ପ୍ରେରଣା ଦିଗ ଉପରେ ମାର୍ଗ ଦର୍ଶନ,ସରଳ ଶାନ୍ତି ଶ୍ରଦ୍ଧା,ଅଧ୍ୟବସାୟ ଓ ନିଷ୍ଠା ବଳରେ ଆଗକୁ ବଢିବା ସହିତ ନିଜକୁ ଭଲ ମଣିଷ ରୂପେ ଗଢି ତୋଳିବାକୁ ଆହ୍ଵାନ କରି ଅନେକ ଉଚିତ୍ ମାର୍ଗ ଉପରେ ମତବ୍ୟକ୍ତ କରି ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

 ସମସ୍ତ ଅତିଥି ଛାତ୍ର ଛାତ୍ରୀଙ୍କ ଦ୍ଵାରା ଷ୍ଟଲ୍ ମାନଙ୍କରେ ପ୍ରଦର୍ଶନ କରିଥିବା ବିଭିନ୍ନ ବଜାର ସବୁ ବୁଲି ଦେଖିଥିଲେ ।ଉଦାହରଣ ସ୍ୱରୂପ ବ୍ୟାଙ୍କ୍ ବ୍ୟବସ୍ଥା,ବାଉଁଶ ତିଆରି ବିଭିନ୍ନ ଦୈନନ୍ଦିନ ବ୍ୟବହାର୍ଯ୍ୟ ଜିନିଷ ଭଳି ଆଉ ଅନ୍ୟ ସବୁ ପରିଦର୍ଶନ କରିଥିଲେ ।ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିବା ସହିତ ବିଦ୍ୟାଳୟକୁ ଦରକାର ପଡ଼ୁଥିବା ଆବଶ୍ୟକତା ଉପରେ ପ୍ରଧାନ ଶିକ୍ଷକଙ୍କୁ ପଚାରି ବୁଝିଥିଲେ।

What's Your Reaction?

like

dislike

love

funny

angry

sad

wow