ଘଣ୍ଟାପଡ଼ା ଡିଗ୍ରୀ କଲେଜରେ ବିଶ୍ଵ ଏଡ୍ସ ଦିବସ ପାଳିତ

Dec 2, 2024 - 22:04
 0  8
ଘଣ୍ଟାପଡ଼ା ଡିଗ୍ରୀ କଲେଜରେ ବିଶ୍ଵ ଏଡ୍ସ ଦିବସ ପାଳିତ

କଣ୍ଟାମାଳ: ଲୋକ ଆବାଜ.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବିଶ୍ଵ ଏଡ୍ସ ଦିବସ ପାଳନ ଅବସରରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ାସ୍ଥିତ ଆଞ୍ଚଳିକ ଗ୍ରାମପଞ୍ଚାୟତ ଡିଗ୍ରୀ କଲେଜରେ ରେଡକ୍ରସର ସଂଯୋଜକ ଖେଳ ଶିକ୍ଷକ ବକୁଳ ଙ୍କ ସଭାପତିତ୍ୱରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପରିଚାଳନା କମିଟିର ପ୍ରତିଷ୍ଠାତା ସଦସ୍ୟ ପ୍ରଭାତ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ସଞ୍ଜମତା ରକ୍ଷା କଲେ ଏଡ୍ସ ଭଳି ମାରାତ୍ମକ ରୋଗର ମୁକାବିଲା କରିହେବା ନେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ସେହିପରି ମୁଖ୍ୟବକ୍ତା ଭାବେ କଲେଜର ଅଧ୍ୟକ୍ଷ ଗିରିଧର ଦେହୁରୀ, ସମ୍ମାନୀତ ଅତିଥିଭାବେ ଅଧ୍ୟାପିକା ମଧୁସ୍ମିତା ଭୋଇ, ଗିତାଞ୍ଜଳୀ ରଣା, ଅଧ୍ୟାପକ ହୃଷିକେଶ ଭୋଇ ପ୍ରମୁଖ ମଞ୍ଚାସିନ ରହି ଏଡ୍ସ ଓ ଏହାର ନିରାକରଣ ସଂପର୍କରେ ବକ୍ତବ୍ୟ ରଖିଥିଲେ। ଶେଷ ବର୍ଷର ଛାତ୍ରୀ ଦୁର୍ଲ୍ଲଭୀ ରଣା ସଭା ପରିଚାଳନା କରିଥିବା ସ୍ଥଳେ ଲାଇବ୍ରେରିଆନ ଶ୍ରୀକାନ୍ତ ରଣା ଧନ୍ୟବାଦ ଦେଇଥିଲେ।ପରେ ଛାତ୍ରଛାତ୍ରୀଙ୍କୁ ନେଇ କୁଇଜ ପ୍ରତିଯୋଗୀତା ହୋଇଥିଲା।ଏଥିରେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

What's Your Reaction?

like

dislike

love

funny

angry

sad

wow