*ପୂରାତନ ଫେରିଘାଟ ବିପର୍ଯ୍ୟସ୍ତ ଅବସ୍ଥା ଦେଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଲେ ଜିଲ୍ଲାପାଳ* - *ବିଭିନ୍ନ ବିଭାଗ ର କାର୍ଯ୍ଯ ହୋଇ ପାରେ ଲେଟ୍* - *ଜିଲ୍ଲାପାଳ ପହଁଚିଲା ପରେ ସେ କାର୍ଯ୍ଯ ହେଉଛି ପୁରା ପର୍ଫେକ୍ଟ*-

Oct 22, 2025 - 21:18
 0  21
*ପୂରାତନ ଫେରିଘାଟ ବିପର୍ଯ୍ୟସ୍ତ ଅବସ୍ଥା ଦେଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଲେ ଜିଲ୍ଲାପାଳ* - *ବିଭିନ୍ନ ବିଭାଗ ର କାର୍ଯ୍ଯ ହୋଇ ପାରେ ଲେଟ୍* - *ଜିଲ୍ଲାପାଳ ପହଁଚିଲା ପରେ ସେ କାର୍ଯ୍ଯ ହେଉଛି ପୁରା ପର୍ଫେକ୍ଟ*-

ସୁବର୍ଣପୁର:ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

 ସହରର ସର୍ବ ପୂରାତନ ମହାନଦୀ ତେନ୍ତୁଳିଘାଟ ତଥା ଫେରିଘାଟର ବିପର୍ଯ୍ୟସ୍ତ ସମସ୍ୟା ସମ୍ପର୍କରେ ସ୍ଥାନୀୟ ବୁଦ୍ଧିଜିବୀ ଙ୍କ ଠାରୁ ଅବଗତ ହୋଇ ଆଜି ସକାଳ ୮ ଟା ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ହଠାତ୍ ପରିଦର୍ଶନରେ ପହଞ୍ଚିଥିଲେ l ପ୍ରତିଦିନ ରାଜ୍ୟ ତଥା ଦେଶ ବିଦେଶ ର ଶହ ଶହ ପର୍ଯ୍ୟଟକ ଏ ଘାଟ ଦେଇ ମେସିନ ବୋଟରେ ମହାନଦୀ ମଧ୍ୟ ଭାଗରେ ଥିବା ପ୍ରତ୍ୟକ୍ଷ ଦେବୀ ମା ଲଙ୍କେଶ୍ଵରୀ ଙ୍କୁ ଦର୍ଶନ ଓ ପିକନିକ ପାଇଁ ଆସୁଥିବା ବେଳେ ଘାଟ ର ଅଳିଆ ଆବର୍ଜ୍ଜନା ଓ ଦୂରବସ୍ଥା ଲାଗି ପର୍ଯ୍ୟଟକ ନାକ ଟେକୁଥିବା ବିଷୟ ଶୁଣି ଓ ନିଜେ ଅନୁଭଵ କରି ପୌର ପ୍ରଶାସନ ଉପରେ ଖୁବ୍ ବିରକ୍ତି ପ୍ରକାଶ କରିଥିଲେ l ବିଭିନ୍ନ ବିଭାଗ ର ଇଚ୍ଛା ଶକ୍ତି ଅଭାବ ରୁ ସାମାନ୍ୟ ଛୋଟ ଟିକେ ଟିକେ କାର୍ଯ୍ଯ ସବୁ ଅବହେଳିତ ହୋଇ ପଡିଥିବା ଯୋଗୁଁ ସାଧାରଣ ଲୋକେ ମୌଳିକ ସୁବିଧା ରୁ ବଞ୍ଚିତ ହେଉଥିବା ରୁ ଜିଲ୍ଲାପାଳ ଙ୍କୁ ଲଜ୍ଜିତ ହେବାକୁ ପଡୁଛି ବୋଲି କହିଥିଲେ l ଜିଲ୍ଲାପାଳ କାହାକୁ କିଛି ନ କହି ସ୍ଥିତି ଅନୁଧ୍ୟାନ କରିବା ପରେ ଚାଲିଯାଇଥିଲେ l କିନ୍ତୁ ତୁରନ୍ତ ଦୁଇ ଘଣ୍ଟା ଭିତରେ ଜିଲ୍ଲାପାଳ ଜେସିବି ପଠାଇ ପୌର ଅଧିକାରୀ ଋଷି ମାଝୀ ଙ୍କ ସହ ଏହି ଘାଟରେ ଦେଢ଼ ଘଣ୍ଟା ବସି କାର୍ଯ୍ଯ ଆରମ୍ଭ କରି ନିଜେ ତଦାରଖ ମଧ୍ୟ କରିଥିଲେ l ଏହା ପରେ ଏହା ଉପରେ ବାଲି ପକାଇ ଅସ୍ଥାୟୀ ଘାଟ କରାଯିବ l ଏହା ଦେଖି ସ୍ଥାନୀୟ ବାସିନ୍ଦା ଆଜି ହତବାକ ହୋଇଯାଇଥିଲେ ଏବଂ ଜିଲ୍ଲାପାଳ ହେବ ତ ଏମିତି, ବିଭିନ୍ନ ବିଭାଗ ର ସାମାନ୍ୟ କାର୍ଯ୍ଯ ହୋଇପାରେ ଲେଟ୍ କିନ୍ତୁ ନିଜେ ଜିଲ୍ଲାପାଳ ସେଠି ପହଁଚିବା ପରେ ସେ କାମ ହେଇ ଯାଉଛି ପୁରା ପର୍ଫେକ୍ଟ ବୋଲି ଆଜି ଲୋକେ କହୁଥିବା ଖବର ମିଳିଛି l ଘାଟ ର ଦୂରାବସ୍ଥା ଯୋଗୁଁ ଏହି ଘାଟକୁ ପ୍ରତ୍ୟହ ଗାଧୋଇବାକୁ ଆସୁଥିବା ହଜାର ହଜାର ମହିଳା ସ୍ଥାନୀୟ ଅଧିବାସୀ ବ୍ୟାପକ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ଜିଲ୍ଲାପାଳ ଙ୍କ ଆଜିର ଏହି ତୁରନ୍ତ ପଦକ୍ଷେପ କୁ ନେଇ ଏ ଅଞ୍ଚଳ ର ଅଧିବାସୀ ଓ ବୁଦ୍ଧିଜୀବି ମହଲରେ ଖୁସି ପ୍ରକାଶ ପାଇଛି l ସୂଚନା ଯୋଗ୍ୟ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ଥିବା ରିଙ୍ଗ ରୋଡ ନିର୍ମାଣ ବେଳେ ସଂପୃକ୍ତ ନିର୍ମାଣକାରୀ ସଂସ୍ଥା ରାଜରଜୁଡ଼ା ଅମଳ ର ଘାଟର ପାହାଚ ସବୁ ଭାଙ୍ଗି ଚୁରମାର କରିଦେଇ ଛାଡ଼ି ଦେଇ ପଳେଇ ଥିବା ବେଳେ ସହରବାସୀ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି l

What's Your Reaction?

like

dislike

love

funny

angry

sad

wow