ଗଂଜେଇ ମାଫିଆ କୁ ଧରିବାକୁ ଆସିଥିବା କଳାହାଣ୍ଡି ପୋଲିସ କୁ ଧରି ପ୍ରବଳ ମାଡ଼ ମାରିଲେ ଗ୍ରାମବାସୀ

Jul 11, 2025 - 20:30
 0  25
ଗଂଜେଇ ମାଫିଆ କୁ ଧରିବାକୁ ଆସିଥିବା କଳାହାଣ୍ଡି ପୋଲିସ କୁ ଧରି ପ୍ରବଳ ମାଡ଼ ମାରିଲେ ଗ୍ରାମବାସୀ

ବାଲିଗୁଡା:ଲୋକ ଆବାଜ. ଇନ/ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

କନ୍ଧମାଳ ଜିଲ୍ଲା କୁର୍ତମଗଡ଼ ଟୋଲଗେଟ ନିକଟରେ କଳାହାଣ୍ଡି ପୋଲିସ ର ଦୁଇ କର୍ମଚାରୀ ଓ ଜଣେ କାର ଡ୍ରାଇଭର କୁ ଅପହରଣକାରୀ ସନ୍ଦେହ ରେ ନିର୍ଧୁମ ଛେଚିଲେ ସ୍ଥାନୀୟ ବାସିନ୍ଦା l ଶେଷରେ ତୁମୁଡିବନ୍ଧ ପୋଲିସ ଘଟଣା ସ୍ଥଳରେ ପହଂଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଦୁଇ ପୋଲିସ କର୍ମଚାରୀ ଓ ଡ୍ରାଇଭର ଙ୍କୁ ଉଦ୍ଧାର କରିଥିଲେ l ସୂଚନା ଅନୁଯାଇ ବାଲିଗୁଡା ଥାନା ପରମପାଙ୍ଗା ପଂଚାୟତ ର ଡୁଙ୍ଗେରୀ ଗାଁ ର ଜଣେ ଯୁବକ କୁ ଗିରଫ କରିବା ପାଇଁ କଳାହାଣ୍ଡି ପୋଲିସ ସେହି ଗାଁ କୁ ଯାଇଥିଲା l ତେବେ ପୋଲିସ କବଳ ରୁ ଯୁବକ ଜଣକ ଖସି ଦୌଡ଼ି ପଳେଇବା ସହ ବନ୍ଧୁକ ଦେଖାଇ କିଛି ନକଲି ପୋଲିସ ଅପହରଣ କରିବାକୁ ଗୋଡାଉଥିବା ସ୍ଥାନୀୟ ବାସିନ୍ଦା ଙ୍କୁ କଲ ରେ କହିଥିଲେ l ଯାହାକୁ ନେଇ ଗ୍ରାମବାସୀ କଳାହାଣ୍ଡି ପୋଲିସ କୁ ଗୋଡ଼ାଇବା ପରେ ଡୁଙ୍ଗେରୀ ଗାଁ ରୁ କଳାହାଣ୍ଡି ପୋଲିସ ଖସି ଆସିଥିଲା l କିନ୍ତୁ କୁର୍ତମଗଡ଼ ଟୋଲଗେଟ ନିକଟରେ ପୁଣି ସ୍ଥାନୀୟ ବାସିନ୍ଦା କାର କୁ ଅଟକାଇ ପୋଲିସ ଓ ଡ୍ରାଇଭର କୁ ମାଡ଼ ମାରିଥିଲେ l ତୁମୁଡିବନ୍ଧ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି କଳାହାଣ୍ଡି ପୋଲିସ ବୋଲି ସୂଚନା ଦେବା ସହ ଉତ୍ୟକ୍ତ ଗ୍ରାମବାସୀ ଙ୍କ ଠାରୁ ଉଦ୍ଧାର କରିଥିଲେ l

What's Your Reaction?

like

dislike

love

funny

angry

sad

wow