କଳାହାଣ୍ଡି ଉତ୍ସବ ଘୁମୁରା, ପ୍ରସାର ପ୍ରଚାର କମିଟି ବୈଠକ।

Dec 17, 2024 - 20:20
Dec 17, 2024 - 20:45
 0  140
କଳାହାଣ୍ଡି ଉତ୍ସବ ଘୁମୁରା, ପ୍ରସାର ପ୍ରଚାର  କମିଟି ବୈଠକ।

କଳାହାଣ୍ଡି,୧୭|୧୨ ଲୋକ ଆବାଜ୍.ଇନ୍ (ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ)

 କଳାହାଣ୍ଡିର କଳା, ସଂସ୍କୃତି, ଐତିହ, ପରମ୍ପରାର ର ବାର୍ତ୍ତାବହ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଆସନ୍ତା ଜାନୁଆରୀ ୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଭବାନୀପାଟଣା ଓ ୧୫ ରୁ ୧୭ତାରିଖ ପର୍ଯ୍ୟନ୍ତ ଧର୍ମଗଡ଼ ଠାରେ ମହାସମାରୋହରେ ଅନୁଷ୍ଠିତ ହେବ। ଏଥିପାଇଁ ଜିଲ୍ଲା ପ୍ରଶାସନ , ଜିଲ୍ଲା ସଂସ୍କୃତି ପରିଷଦ, ଉତ୍ସବ ପାଳନ ସବକମିଟିର ଆବଶ୍ୟକ ପୂର୍ବ ପ୍ରସ୍ତୁତି ଜାରୀରହିଛି । ଏହି ଅବସରରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ (ସା) ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ପ୍ରସାର ପ୍ରଚାର କମିଟିର ଏକ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଗାମୀ କଳାହାଣ୍ଡି ଉତ୍ସବ – ୨୦୨୫ କୁ ଅଧିକ ଆକର୍ଷଣୀୟ ଓ ସରସ ସୁନ୍ଦର ଭାବରେ ସମସ୍ତଙ୍କ ସହଯୋଗରେ କିପରି ବ୍ୟାପକ ପ୍ରସାର ପ୍ରଚାର ସହିତ ପାଳନ କରାଯିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ଅତିରିକ୍ତ ଜିଲାପାଳ ଶ୍ରୀ ଦର ୱାନ ଲୋକ ମହୋତ୍ସବ କଳାହାଣ୍ଡି ଉତ୍ସବ ଆୟୋଜନ ରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ପ୍ରସାର ପ୍ରଚାର ନିମନ୍ତେ ବ୍ଲକସ୍ତରରୁ ରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଆବଶ୍ୟକ ପୋଷ୍ଟର , ବେନର, କଟ ଆଉଟ, ଗେଟ ଲଗାଯାଇ କିପରି ଜନସାଧାରଣଙ୍କୁ ଉତ୍ସବ ସମ୍ପର୍କିତ ବାର୍ତ୍ତା ,ସୂଚନା ଦିଆଯାଇପାରିବ ଓ ଏଥିରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ବେସରକାରୀ ଅନୁଷ୍ଠାନଙ୍କ କିପରି ପୂର୍ଣ୍ଣ ସହଯୋଗ ରହିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ବରିଷ୍ଠ ସାମ୍ବାଦିକ ଉମା ଶଙ୍କର କର,କମିଟି ର ଅଧ୍ୟକ୍ଷ ଶାନ୍ତନୁ ବେହେରା, ହରଜିନ୍ଦର ସିଂ, ସ୍ଵାଧୀନ ପାତ୍ର, ମନମୋହନ ପ୍ରଧାନ, ନାରାୟଣ ପ୍ରସାଦ ନାଏକ, ବିକାଶ ଷଡଙ୍ଗୀ, ରାଜ କୁମାର ସିଂଦେଓ ଙ୍କ ସମେତ କମିଟି ର ଅନ୍ୟ ସଦସ୍ୟ ପ୍ରମୁଖ ଯୋଗଦେଇ ଥିଲେ ।

What's Your Reaction?

like

dislike

love

funny

angry

sad

wow