ପ୍ରଧାନଶିକ୍ଷୟତ୍ରୀ ଙ୍କୁ ଅବସରକାଳୀନ ବିଦାୟୀ ସମ୍ବର୍ଦ୍ଧନା ସଭା

କର୍ଲାମୁଣ୍ଡା : (ଲୋକ ଆବାଜ. ଇନ, ବ୍ୟୁରୋ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ପଞ୍ଚାୟତର ବିନ୍ଧାଣୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ନଳିନୀ ସାହୁ ସୋମବାର ଶିକ୍ଷକତା ଜୀବନରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ବିଦ୍ୟାଳୟ ପରିସରରେ ପରିଚାଳନା ସମିତି ସଭାପତି ଗିରିଧାରୀ ଭୋଇ ଙ୍କ ଅଧ୍ୟକ୍ଷତାରେ ଏକ ବିଦାୟୀ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଗୋଷ୍ଠୀଶିକ୍ଷାଧିକାରୀ ରୋହିତ ରଣା ମୁଖ୍ୟଅତିଥି, ତେରେସିଂହା ହାଇସ୍କୁଲ ପ୍ରଧାନ ଶିକ୍ଷକ ଗରୁଡଧ୍ୱଜ ଗହୀର ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ବିଇଓ ବିଜୟ ପୁରୋହିତ, ଅବସରପ୍ରାପ୍ତ ଏବିଇଓ ହୃଷିକେଶ ସାହୁ, କର୍ଲାମୁଣ୍ଡା ଏବିଇଓ ଗୋପମଣି ସାହୁ, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅନ୍ତର୍ଯ୍ୟାମୀ ମଲ୍ଲିକ, ଅବସରପ୍ରାପ୍ତ ଶିକ୍ଷକ ଅନ୍ତର୍ଯ୍ୟାମୀ ସାହୁ, ମୁରଲୀଧର ରଣା, ଲୋକନାଥ ଗହୀର, ଡମ୍ବରୁଧର ହରପାଲ ତଥା ସରପଞ୍ଚ ପ୍ରମୋଦ ସୁନା ଯୋଗଦେଇ ଶ୍ରମତୀ ସାହୁ ଙ୍କ ଆଦର୍ଶ ଶିକ୍ଷାଦାନ, ଛାତ୍ରଛାତ୍ରୀ ଙ୍କ ପ୍ରତି ଆଦର, ନିଷ୍ଠାବାନ ଓ ସମୟାନୁବର୍ତ୍ତିତା କୁ ଭୂୟସୀ ପ୍ରଶଂସା କରିଥିଲେ। ରେଙ୍ଗାଲି ସିଆରସିସି ଉଜ୍ଜଳ କୁମାର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ଟିକେଶ୍ୱର ଗହୀର ଧନ୍ୟବାଦ ଅର୍ପଣ କରିଥିଲେ। ପରିଚାଳନା ସମିତି ର ସମସ୍ତ ସଭ୍ୟ, ସଭ୍ୟା ସହଯୋଗ କରିଥିଲେ
।
What's Your Reaction?






