ପ୍ରାଥମିକ ଶିକ୍ଷକ ସଂଘ ର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

Sep 15, 2024 - 20:45
 0  274
ପ୍ରାଥମିକ ଶିକ୍ଷକ ସଂଘ ର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

ବାଲିଗୁଡ଼ା-ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

 କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଶିକ୍ଷକ ସଂଘର ନୂତନ କାର୍ଯ୍ୟକର୍ତ୍ତା ଙ୍କ ଶପଥ ଗ୍ରହଣ ସମାରୋହ ନୂଆସାହିସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ହୋଇ ଯାଇଛି l ସଭା କାର୍ଯ୍ଯ ପ୍ରାରମ୍ଭ ରେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ ଧୂପ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ପୂଜାର୍ଚ୍ଚନା କରାଯାଇ ଥିଲା l ପ୍ରାଥମିକ ଶିକ୍ଷକ ସଂଘ ର ପୁର୍ବତନ ସଭାପତି ପ୍ରଶାନ୍ତ ବେହେରା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଶପଥ ସମାରୋହରେ ନବ ନିର୍ବାଚିତ ପଦାଧିକାରୀ ସଦସ୍ୟ ମାନଙ୍କୁ ପୁର୍ବତନ ସଭାପତି ପଦ ଓ ଗୋପନୀୟତା ର ଶପଥ ପାଠ କରାଇଥିଲେ l ନୂତନ ସଭାପତି ଭାବେ ମଣିରାମ ନାୟକ, ସାଧାରଣ ସମ୍ପାଦକ ଭାବେ ବିଶ୍ୱେଶ୍ୱର୍ ପ୍ରଧାନୀ , ଉପ ସଭାପତି ଭାବେ ରଞ୍ଜିତ କୁମାର ନାୟକ , ମିନାକ୍ଷୀ ତ୍ରିପାଠୀ, ଯୁଗ୍ମ ସମ୍ପାଦକ ଭାବେ ଗୌରୀ ଶଙ୍କର ପାଢ଼ୀ, ସହ ସମ୍ପାଦକ ଭାବରେ ଦିଗାମ୍ବର ଦିଗାଲ, ଅର୍ଣ୍ଣପୂର୍ଣା ନାୟକ , କୋଷାଧ୍ୟକ୍ଷ ଭାବେ କାଶୀନାଥ ସାହୁ , ସଂଯୋଜକ ଭାବରେ ପ୍ରଦୀପ କୁମାର ମଲ୍ଲିକ ଶପଥ ଗ୍ରହଣ କରିଥିଲେ l ଆମନ୍ତ୍ରିତ ଅତିଥି ଭାବରେ ପଡ଼ୋଶୀ କ, ନୂଆଗାଁ ବ୍ଲକ ଶିକ୍ଷକ ସଂଘର ସଭାପତି ବୁଲୁ ନାୟକ, ପ୍ରମୋଦ କହଁର ମଞ୍ଚାସୀନ ଥିଲେ l ବରିଷ୍ଠ ଶିକ୍ଷକ ସଂଗଠକ ଶିଶିର କାନ୍ତପଣ୍ଡା ମଞ୍ଚ ସଞ୍ଚାଳନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ମାନଙ୍କ ମଧ୍ୟରେ ବର୍ଗ ବିଭେଦ ନ ରଖି ସମସ୍ତେ ଏକତ୍ରିତ ହୋଇ ଶିକ୍ଷକ ସମାଜ ର ଉନ୍ନତି ଓ ସମସ୍ୟା ର ସମାଧାନ ପାଇଁ କାମ କରିବାକୁ ସଂକଳ୍ପ ନେଇଥିଲେ l ଶେଷରେ ପୁର୍ବତନ ସଭାପତି ସଭା ସାଙ୍ଗ କରିଥିଲେ l

What's Your Reaction?

like

dislike

love

funny

angry

sad

wow