ସୁଭଦ୍ରା ସ୍ୱାଗତ ପଦଯାତ୍ରାର ଶୁଭାରମ୍ଭ କଲେ ଜିଲ୍ଲାପାଳ

Sep 15, 2024 - 20:41
 0  27
ସୁଭଦ୍ରା ସ୍ୱାଗତ ପଦଯାତ୍ରାର ଶୁଭାରମ୍ଭ କଲେ ଜିଲ୍ଲାପାଳ

ସୋନପୁର:ଲୋକ ଆବାଜ. ଇନ (ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

ରାଜ୍ୟରେ ମହିଳାଙ୍କ ଆର୍ଥିକ ସ୍ଵଛଳତା ସହ ସାମଗ୍ରିକ ବିକାଶ ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ତରଫରୁ ସୁଭଦ୍ରା ଯୋଜନା ପ୍ରଣୟନ କରାଯାଇଛି। ସମସ୍ତ ଯୋଗ୍ୟ ମହିଳା ଯେପରି ଯୋଜନାରେ ଯୋଡି ହୋଇ ଏହାର ଲାଭ ନେଇପାରିବେ ସେଥିପାଇଁ ରାଜ୍ୟ,ଜିଲ୍ଲା ତଥା ବ୍ଲକସ୍ତରରେ ମାଁ ମାନଙ୍କୁ ସଂଶ୍ଲିଷ୍ଟ କରାଯାଇ ବିବିଧ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ କରାଯାଉଛି l ଏହି ପରିପ୍ରେକ୍ଷୀରେ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ନିମନ୍ତେ ଆଜି ସକାଳ ୧୦ ଘଣ୍ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସୁଭଦ୍ରା ସ୍ୱାଗତ ପଦଯାତ୍ରା କୁ ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ, ବଲାଙ୍ଗୀର ଲୋକ ସଭା ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ଶରତ ଶତପଥୀ ଓ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଶୁଭାରମ୍ଭ କରିଥିଲେ। ଏହି ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରି ସୁବର୍ଣ୍ଣପୁର ଟାଉନ ହଲ ଠାରେ ପହଞ୍ଚିଥିଲା। ପରେ ପରେ ପଦଯାତ୍ରାରେ ସାମିଲ ସମସ୍ତ ମହିଳା, ମହିଳାମଣ୍ଡଳ ର କର୍ମକର୍ତ୍ତା ପ୍ରମୁଖ ଙ୍କୁ ନେଇ ସଚେତନତା ସଭା,କାର୍ଯ୍ୟକ୍ରମ ପର୍ଯ୍ୟବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା। ଦିବସ ପରିପ୍ରେକ୍ଷୀରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାସ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ମେହେର, ବଲାଙ୍ଗୀର ଲୋକସଭା ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ବିଡ଼ିଓ ସୋନପୁର ସୌମ୍ୟରଞ୍ଜନ ସ୍ୱାଇଁ, ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ। ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଦାସ ସ୍ୱାଗତ ପଦଯାତ୍ରା ସଚେତନତା ସମାବେଶ ରେ ଯୁଗାନ୍ତକାରୀ ସୁଭଦ୍ରା ଯୋଜନା ସରକାରଙ୍କ ମହିଳା ଙ୍କ ନିମନ୍ତେ ଏକ ପ୍ରମୁଖ ଯୋଜନା ରହିଥିବା ପ୍ରକାଶ କରିଥିଲେ।

ସେ ଏହି ଅବସରରେ ମାଁ ମାନଙ୍କ ସୂଚନା ନିମନ୍ତେ ଯୋଜନାର ରୂପରେଖ ସହ ଜିଲ୍ଲାର ସମସ୍ତ ମହିଳାମାନେ ଯେପରି ଏହି ଯୋଜନାରେ ଯୋଡି ହୋଇ ବିଶେଷ ଉପକୃତ ହେବେ ସେହି ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ।ଜିଲ୍ଲାର କୌଣସି ଆବେଦନ କେନ୍ଦ୍ରରେ ପରିଚାଳକ ଅଥବା ମଧ୍ୟସ୍ଥି ଏହି ପ୍ରକ୍ରିୟା ନିମନ୍ତେ କୌଣସି ପ୍ରକାର ବେନିୟମ ଅର୍ଥ ଦାବି କିମ୍ବା ସମସ୍ୟା ସୃଷ୍ଟି କରୁଥିଲେ ତୁରନ୍ତ ସୂଚୀତ କରିବାକୁ ପରାମର୍ଶ ଦେଇଥିଲେ। କୌଣସି ପ୍ରକାର ବେଆଇନ ଅର୍ଥ କାରବାରକୁ ବରଦାସ୍ତ କରାଯିବ ନାହିଁ ବୋଲି କହିବା ସହ ସେମିତି ସୂଚନା ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚୀତ କରିଥିଲେ। ଦାଖଲ ନିମନ୍ତେ ନିର୍ଦ୍ଧିଷ୍ଟ ଶେଷ ଅବଧି ନାହିଁ, ଏଣୁ ମାଁ ମାନେ କୌଣସି ବ୍ୟସ୍ତ ବିବ୍ରତ ନ ହେବାକୁ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ। କାର୍ଯ୍ୟକ୍ରମ ଅବସରରେ ମହିଳା ମଣ୍ଡଳ ସଦସ୍ୟା ତଥା ମହିଳା ବି ପି ମହାବିଦ୍ୟାଳୟ ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ସଚେତନତାର ବାର୍ତ୍ତା ପ୍ରଦାନ କରାଯାଇଥିଲା। ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ତଥା ଉତ୍ପାଦ ଗୋଷ୍ଠୀଙ୍କ ଦ୍ୱାରା ଗ୍ରାମୀଣ ଉତ୍ପାଦ ର ବିପ୍ପଣୀ ବଜାର ଆୟୋଜିତ ହୋଇଥିବା ବେଳେ କିଣା ବିକା ର ଆନନ୍ଦ ନେଇଥିଲେ ଉପସ୍ଥିତ ସମସ୍ତ ଯୋଗଦାନକାରୀ। ଡ଼ିଏସଡବ୍ଲୁଓ ଅନୁପମା ପଣ୍ଡା ଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ଡିପିସି ମିଶନ ଶକ୍ତି ବିଶ୍ୱଜିତ ଦାସ ପରିଚାଳନା କରିଥିଲେ, ସିଡିପିଓ ସୋନପୁର କାର୍ଯ୍ୟକ୍ରମ ରେ ସମସ୍ତ ସହଯୋଗ କରିଥିଲେ।

What's Your Reaction?

like

dislike

love

funny

angry

sad

wow