ଅବସର ପ୍ରାପ୍ତ ଯବାନ ଶରତ ଦଣ୍ଡସେନା ଙ୍କ ପରଲୋକ....

Jul 8, 2025 - 22:21
 0  109
ଅବସର ପ୍ରାପ୍ତ ଯବାନ ଶରତ ଦଣ୍ଡସେନା ଙ୍କ ପରଲୋକ....

 କର୍ଲାମୁଣ୍ଡା;୮/୭ ଲୋକ ଆବାଜ. ଇନ(ପ୍ରଦୀପ କୁମାର ରଣାଙ୍କ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଗ୍ରାମର ଅବସର ପ୍ରାପ୍ତ ଯବାନ ଶରତ ଦଣ୍ଡସେନା( ୫୮) ଙ୍କ ମଙ୍ଗଳବାର ପରଲୋକ ହୋଇଯାଇଛି।ସେ ମଧୁମେହ ଓ ଉଚ୍ଚ ରକ୍ତ ଚାପ ରେ ପୀଡ଼ିତ ଥିଲେ। ମଙ୍ଗଳବାର ସକାଳେ ହଠାତ ତାଙ୍କର ବିୟୋଗ ଘଟିଥିଲା।ତାଙ୍କର ମୃତ୍ୟୁ ସର୍ଯ୍ୟା ନିକଟରେ ଦୁଇ ପୁଅ ,ଝିଅ, ସ୍ତ୍ରୀ ତଥା ସମ୍ପର୍କୀୟ ମାନେ ଉପସ୍ଥିତ ଥିଲେ।ବଡ଼ ପୁଅ ସୁରଜ ଦଣ୍ଡସେନା ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗ ରେ କର୍ଲାମୁଣ୍ଡା ପ୍ରେସ କ୍ଲବ,ରିଷିଡା ଗ୍ରାମ୍ୟ ଉନ୍ନୟନ ସମିତି, କନ୍ଧପଡ଼ା ରାଧା କୃଷ୍ଣ ସଂସ୍କୃତିକ ସଂସଦ ପକ୍ଷରୁ ଗଭୀର ଶୋକ ପ୍ରକଟ କରାଯାଇଥିଲା।

What's Your Reaction?

like

dislike

love

funny

angry

sad

wow