ବିଜୟା ଦଶମୀରେ କୁନି ଶିଶୁଙ୍କ ଦ୍ୱାରା ରାବଣପୋଡ଼ି

Oct 3, 2025 - 11:07
 0  20
ବିଜୟା ଦଶମୀରେ କୁନି ଶିଶୁଙ୍କ ଦ୍ୱାରା ରାବଣପୋଡ଼ି

ବିଭିନ୍ନ ମହଲରେ ପ୍ରଶଂସା 

କଳାହାଣ୍ଡି:ଲୋକ୍ ଆବାଜ୍‌.ଇନ୍‌(ବ୍ୟୁରୋ)
ପବିତ୍ର ଦଶହରାର ବିଜୟା ଦଶମୀ ତିଥି ପାଇଁ ଚାରିଆଡ଼େ ଉତ୍ସବ ମୁଖର ହେଇପଡ଼ିଛି,ବିଭିନ୍ନ ପୀଠରେ ମାଁଙ୍କ ମୃଣ୍ମୟୀ ମୂର୍ତ୍ତି ଓ ଶକ୍ତି ପୀଠ ଗୁଡ଼ିକରେ ମାଁଙ୍କର ପୂଜାର୍ଚ୍ଚନା ଚାଲିଛି । ତେବେ  କଳାହାଣ୍ଡି ଜିଲ୍ଲା ମ.ରାମପୁର ପାଇକପଡ଼ାର ଚାରିରୁ ଦଶବର୍ଷର ଶିଶୁମାନେ ନିଆରା ଢଙ୍ଗରେ ରାବଣ ପୋଡ଼ି କରି ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇଛନ୍ତି । କାହାର ବିନା ପରାମର୍ଶରେ ଏହି ଶିଶୁମାନେ ନିଜେ ନିଜେ ଯୋଜନା କରି ରାବଣ ତିଆରି କରିବା ସହିତ ରାମ ବେଶ ହେଇ,ଯୋଉ ଭଳି ଭାବରେ ରାବଣ ପୋଡ଼ି ହେବା କଥା,ଠିକ୍ ସେହିଭଳି ଭାବରେ ପଡ଼ା ମଝିରେ ଏହି ରାବଣ ପୋଡ଼ି କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଥିବାବେଳେ ଏହି ଶିଶୁମାନଙ୍କ ମାନସିକତା ଓ ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ପାଇକପଡ଼ାର ଅର୍ମାନ,କୁନାଲ୍‌,ଶୁଭ୍ , ଜଗା ,ୟଶ୍‌,ଚିଙ୍କଲ୍ ଙ୍କ ନେତୃତ୍ୱରେ ସନ୍ଧ୍ୟା ସାତ ଘଂଟା ସମୟରେ ଏହି ରାବଣ ପୋଡ଼ି କରାଯାଇଥିବାବେଳେ ପଡ଼ାବାସୀ ରୁଣ୍ଡ ହେଇ,କୁନି ଶିଶୁମାନଙ୍କ ରାବଣ ପୋଡ଼ିକୁ ଦର୍ଶନ କରି ବେଶ୍ ପ୍ରଶଂସା କରିଥିଲେ । 

What's Your Reaction?

like

dislike

love

funny

angry

sad

wow