ବନ ଖଣ୍ଡ ତରଫରୁ ଚାରା ବିତରଣ କେନ୍ଦ୍ର ଉଦଘାଟିତ l

Jul 3, 2025 - 16:47
 0  32
ବନ ଖଣ୍ଡ ତରଫରୁ ଚାରା ବିତରଣ କେନ୍ଦ୍ର ଉଦଘାଟିତ l

ବାଲିଗୁଡା :ଲୋକ ଆବାଜ. ଇନ/ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

ଚଳିତ ବର୍ଷ ୭୬ ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଗୁରୁବାର ଦିନ ସ୍ଥାନୀୟ ବନ ବିଭାଗ ଦ୍ବାରା ସର୍ବସାଧାରଣ ଚାରା ବିତରଣ କେନ୍ଦ୍ର ଉଦଘାଟନ ହୋଇଯାଇଛି ।

ସ୍ଥାନୀୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ବାଲିଗୁଡା କାର୍ଯ୍ୟାଳୟ ପକ୍ଷରୁ ଆଦିବାସୀ ମହାବିଦ୍ୟାଳୟ ସମ୍ମୁଖ ମୁଖ୍ୟ ରାସ୍ତା ପାର୍ଶ୍ବ  ରେ ଚାରା ବିତରଣ କେନ୍ଦ୍ର ଉଦ୍ ଘାଟନ କରାଯାଇଛି। ଚାରା ବିତରଣ କେନ୍ଦ୍ରରୁ ଲୋକ ଗୋଟିଏ ଗଛକୁ ଟଙ୍କାଏ ଦେଇ ଗଛ ନେଇ ପାରିବେ । ଜଣେ ଲୋକ ସର୍ବାଧିକ ୧୦ଟି ଗଛ ନେଇପାରିବେ । ଏହି ଚାରା ବିତରଣ କେନ୍ଦ୍ର କୁ ବାଲିଗୁଡା ବନଖଣ୍ଡ ଅଧିକାରୀ ବିଶ୍ବରାଜ ପଣ୍ଡା ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏ ସି ଏଫ ଓ ସୂର୍ଯ୍ୟ ବେହେରା ରେଞ୍ଜର ସୁବାଷ ଚନ୍ଦ୍ର ଦିଗାଲ ଫରେଷ୍ଟର ପ୍ରଭାତ କୁମାର ଦୋରା, ଟିକେଶ୍ୱର୍ ବେହେରା, ଗିରିଶ ଚନ୍ଦ୍ର ସାହୁ, ଫରେଷ୍ଟ ଗାର୍ଡ ଦାଶରଥି ପଣ୍ଡା ଉପସ୍ଥିତ ଥିଲେ l ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା ମାଆ ପାଇଁ ଗଛ ଟିଏ ଲଗାଇବାକୁ ନିବେଦନ କରିଥିଲେ l

What's Your Reaction?

like

dislike

love

funny

angry

sad

wow