ମାଓବାଦୀ ଙ୍କ ବଡ଼ ଧରଣ ର ଯୋଜନା କୁ ପଣ୍ଡ କଲା ବିଏସଏଫ 136 ବାଟାଲିୟନ
ବାଲିଗୁଡା:ଲୋକ ଆବାଜ. ଇନ/ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ସଲାଗୁଡା ପଂଚାୟତ ର କୁମ୍ବେମେଲୁ ଗାଁ ନିକଟସ୍ଥ ଜଙ୍ଗଲ ରେ ବଡ଼ ଧରଣ ର ହାମଲା ନେଇ ବ୍ଲୁ ପ୍ରିଣ୍ଟ ଚଳାଇଥିଲେ ମାଓବାଦୀ l କୁମ୍ବେମେଲୁ ଜଙ୍ଗଲ ରେ ମାଓବାଦୀ ଙ୍କ ଗତିବିଧି ନେଇ ନିର୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାର ରେ ବିଏସଏଫ ପକ୍ଷରୁ ହୋଇଥିଲା କମ୍ବିଙ୍ଗ ଅପେରସନ l ଉର୍ଦ୍ଧ ସମୟ ଧରି କମ୍ବିଙ୍ଗ ଅପେରସନ ସମୟରେ କୁମ୍ବେମେଲୁ ଜଙ୍ଗଲ ରେ ମାଓ ଡମ୍ପ ଠାବ କରିଥିଲେ ଯବାନ l ମାଓ ଡମ୍ପ ରୁ ଅସ୍ତ୍ରଶସ୍ତ୍ର,ବିସ୍ପୋରକ ସାମଗ୍ରୀ ସମେତ ମାଓବାଦୀ ଙ୍କ ନିତ୍ୟ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି l
ବିଏସଏଫ ପକ୍ଷରୁ କୁମ୍ବେମେଲୁ ଜଙ୍ଗଲ ରୁ ଠାବ ହୋଇଥିବା ମାଓ ଡ଼ମ୍ପ ରୁ ଦୁଇ ଟି ରାଇଫଲ,ଜିଲଟିନ, ଡିଟୋନେଟର, ମାଓ ବେନର, ମେଡ଼ିସିନ, ମାଓ ବେନର ଛପାଇବା ପାଇଁ ଇଙ୍କ ସମେତ ବହୁ ସାମଗ୍ରୀ ଜବତ କରାଯାଇଛି l
What's Your Reaction?






