ବନ୍ଦ ହୋଇଯିବ ୧୧୩ ବର୍ଷର ଐତିହ୍ୟ ଦଳଗଞ୍ଜନ ପ୍ରେସ ? ସୁରକ୍ଷା ପାଇଁ ଐତିହ୍ୟ ସୁରକ୍ଷା କମିଟି ଆନ୍ଦୋଳନ ଚେତବାନୀ

Aug 16, 2025 - 20:09
 0  4
ବନ୍ଦ ହୋଇଯିବ ୧୧୩ ବର୍ଷର ଐତିହ୍ୟ ଦଳଗଞ୍ଜନ ପ୍ରେସ ? ସୁରକ୍ଷା ପାଇଁ ଐତିହ୍ୟ ସୁରକ୍ଷା କମିଟି ଆନ୍ଦୋଳନ ଚେତବାନୀ

ବଲାଙ୍ଗିର:ଲୋକ ଆବାଜ. ଇନ(ଜୟ କୃଷ୍ଣ ମିଶ୍ର ଙ୍କ ରିପୋର୍ଟ)

ବର୍ତ୍ତମାନ ରାଜ୍ୟ ସରକାର ଓଡିଶା ଅସ୍ମିତା ପାଇଁ ଗୁରୁତ୍ୱବହନ କରୁଥିବା ବେଳେ କିନ୍ତୁ ତତ୍‌କାଳିନ ପାଟଣା ଶାସନ ସମୟରେ ଗଢି ଉଠିଥିବା ଓ ପରବର୍ତ୍ତି ସମୟରେ ଓଡିଶା ଶାସନ ଅଧିନରେ ରହିଗଲା ସ୍ୱାଧିନତା ପୂର୍ବର ପ୍ରଥମ ଦଳଗଞ୍ଜନ ପ୍ରେସ । ଏ ନେଇ ନାନା ଆଶଂକାରେ ପ୍ରକାଶ ପାଇଛି ପ୍ରେସ ପ୍ରିଣ୍ଟିଂ ମେସିନ ଗତ ଏକ ବର୍ଷ ତଳେ କବାଡି ହାତରେ ଟେକି ଦେଇଥିବା ବେଳେ ଏବେ ରାଜ୍ୟ ସରକାର ସମ୍ପୁର୍ଣ୍ଣ ବନ୍ଦ କରିଦେବା ପାଇଁ ଏକ ଚିଠି ରାଜ୍ୟ ସରକାର ଗତ ୦୮.୦୮.୨୦୨୫ ଦିନ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ସଚିବ ପତ୍ର ସଂଖ୍ୟା ୩୨୯୯ ରେ ଛତ୍ରପୁର, କଳାହାଣ୍ଡି ଓ ବଲାଙ୍ଗିର, ଦେବଗଡ ପ୍ରେସ କୁ ସମ୍ପୁର୍ଣ୍ଣ ବନ୍ଦ କରିଦେବା ସହିତ ପାଇଁ ଏହାକୁ କଟକ କୁ ସ୍ଥାନାନ୍ତରିତ କରିବା ପାଇଁ ଚିଠିରେ ଉଲ୍ଲେଖ ଥିବା ଜଣାପଡିଛି । ଏ ନେଇ ବଲାଙ୍ଗିର ସହରର ବୁଦ୍ଧିଜିବି ମହଳରେ ଅସନ୍ତୋଷ ପ୍ରକାଶ ପାଇଥିବାରୁ ଆଜି ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି ଦଳଗଞ୍ଜନ ପ୍ରେସ କୁ ଯାଇ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ପ୍ରେସର ଇନ୍‌ଚାର୍ଜ ରଶ୍ମି ରଂଜନ ମହାନ୍ତି ଏବଂ ତାଙ୍କ କର୍ମଚାରୀ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଆଜି ଦେବାଳୟ ସୁରକ୍ଷା ଓ ଐତିହ୍ୟ କମିଟି ଆଗାମୀ ୭ ଦିନ ମଧ୍ୟରେ ଗାନ୍ଧୀ ପ୍ରତିମୃର୍ତ୍ତିରେ ନିରବ ପ୍ରତିବାଦ ଓ ଦସ୍ତଖତ ଅଭିଯାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

What's Your Reaction?

like

dislike

love

funny

angry

sad

wow