ବିଭିନ୍ନ ବିଦ୍ୟାଳୟ ରେ ଅଭିଭାବକ, ଶିକ୍ଷକ, ଉନ୍ନୟନ କମିଟି ର ସ୍ୱତନ୍ତ୍ର ବୈଠକ....

Aug 16, 2025 - 20:26
Aug 16, 2025 - 20:42
 0  21
ବିଭିନ୍ନ ବିଦ୍ୟାଳୟ ରେ ଅଭିଭାବକ, ଶିକ୍ଷକ, ଉନ୍ନୟନ କମିଟି ର  ସ୍ୱତନ୍ତ୍ର ବୈଠକ....

କର୍ଲାମୁଣ୍ଡା:୧୬/୮ ଲୋକ ଆବାଜ.ଇନ(ପ୍ରଦୀପ ରଣା ଙ୍କ ରିପୋର୍ଟ)

 ଆସ ସ୍କୁଲ ଯିବା ରାଜ୍ୟ ବ୍ୟାପୀ ଅଭିଯାନ ଅବସରରେ ଶନିବାର ରାଜ୍ୟ ର ସମସ୍ତ ବିଦ୍ୟାଳୟ ରେ ଜନ ସଚେତନତା ସୃଷ୍ଟି ତଥା ୦ ରୁ ୧୮ ବର୍ଷ ର ପିଲାମାନେ ବିଦ୍ୟାଳୟ ମାନଙ୍କ ରେ ନାମ ଲେଖାଇବା ସହ ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଗୁଡ଼ିକ କରାଯାଉଛି।ଏହି ଅବସରରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ପ୍ରାୟ ସମସ୍ତ ବିଦ୍ୟାଳୟ ରେ ସ୍ୱତନ୍ତ୍ର ଅଭିଭାବିକା/ଅଭିଭାବକ,ଶିକ୍ଷୟିତ୍ରୀ/ଶିକ୍ଷକ, ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ର ସଦସ୍ୟା/ସଦସ୍ୟ ମାନଙ୍କୁ ନେଇ ବୈଠକ ଗୁଡ଼ିକ ଅନୁଷ୍ଠିତ ହୋଇଯାଇଛି।ବ୍ଲକ ସଦର ର ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ସ୍ୱତନ୍ତ୍ର ବୈଠକରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଗୋପମଣୀ ସାହୁ,ପ୍ରଧାନ ଶିକ୍ଷକ ମନୋଜ କୁମାର ମିଶ୍ର, ସମାଜ ସେବୀ ଦୀନ ବନ୍ଧୁ ସାହୁ,ସିଆରସିସି ପ୍ରସନ୍ନ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଆସ ସ୍କୁଲ ଯିବା ଅଭିଯାନ ର ଲକ୍ଷ୍ୟ ଉଦେଶ୍ୟ ଉପରେ ଆଲୋଚନା କରିଥିଲେ।ଏଥିରେ ପରିଚାଳନା କମିଟିର ସଭ୍ୟା ସଭ୍ୟ, ଅଭିଭାବିକା ଅଭିଭାବକ, ଶିକ୍ଷୟିତ୍ରୀ, ଶିକ୍ଷକ ମାନେ ଉପସ୍ଥିତ ଥିଲେ। ସେହିପରି ରତନ ଭୋଇ ପଞ୍ଚାୟତ ସମିତି ହାଇସ୍କୁଲ ଠାରେ ମଧ୍ୟ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ରାଉତ ଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ।

What's Your Reaction?

like

dislike

love

funny

angry

sad

wow