ବରିଷ୍ଠ ନାଗରିକ ଅସହାୟ ଆଦିବାସୀ ଲୋକଙ୍କ ଦୁଃଖ ବୁଝିଲେ:ବାଣ୍ଟିଲେ ଶୀତବସ୍ତ୍ର ଓ ପୋଷାକ

Dec 17, 2024 - 20:49
 0  82
ବରିଷ୍ଠ ନାଗରିକ  ଅସହାୟ ଆଦିବାସୀ ଲୋକଙ୍କ ଦୁଃଖ ବୁଝିଲେ:ବାଣ୍ଟିଲେ ଶୀତବସ୍ତ୍ର ଓ ପୋଷାକ

କଳାହାଣ୍ଡି, ୧୭|୧୨ଲୋକ ଆବାଜ. ଇନ(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ)

ଡିସେମ୍ବର ୧୭ ତାରିଖ ଦିନ କଳାହାଣ୍ଡି ଜିଲ୍ଲାର ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଭବାନୀପାଟଣା ସଦର ବ୍ଳକ ଅନ୍ତର୍ଗତ ଯୁଗସାଇପାଟଣା ଠାରେ ନିରୀହ ଆଦିବାସୀଙ୍କ ମଧ୍ୟରେ ଶୀତକାଳୀନ ବସ୍ତ୍ର ତଥା ପୋଷାକ ବଣ୍ଟନ କରିଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସମଗ୍ର କଳାହାଣ୍ଡି ଜିଲ୍ଲାରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି । ଏଭଳି ପରିସ୍ଥିତିରେ ନିରୀହ ଗରୀବ ଅସହାୟ ଲୋକେ ଆବଶ୍ୟକ ଶୀତବସ୍ତ୍ର ଅଭାବରୁ ଦୟନୀୟ ଭାବେ କାଳାତିପାତ କରୁଥିବା ଦେଖିବାକୁ ମିଳିଛି। ଏଭଳି ଅସହାୟ ଲୋକଙ୍କ ଆର୍ଥିକ ଦୂରାବସ୍ଥାକୁ କଳାହାଣ୍ଡି ଜିଲ୍ଲା ବରିଷ୍ଠ ନାଗରିକ ସଂଘ ଅନୁଭବ କରି ସଂଘ ତରଫରୁ ସେମାନଙ୍କୁ କିପରି ଶୀତର ପ୍ରକୋପରୁ ରକ୍ଷା ମିଳିପାରିବ ସେଥିପାଇଁ ଏଭଳି ପଦକ୍ଷେପ ନେବାକୁ ଅଣ୍ଟା ଭିଡିଥିବା ବରିଷ୍ଠ ନାଗରିକ ଙ୍କ ଠାରୁ ପ୍ରକାଶ । ଅଞ୍ଚଳର ପ୍ରାୟ ୧୫ ଗୋଟି ଗ୍ରାମର ଅସହାୟ ବୃଦ୍ଧ, ବୃଦ୍ଧା, ବିଧବା ମହିଳା ମାନଙ୍କୁ ୨୫୦ରୁ ଉର୍ଦ୍ଧ୍ଵ କମ୍ବଳ,ସ୍ଵେଟର, ଜ୍ୟାକେଟ ,ପେଣ୍ଟ ଓ ସାର୍ଟ ସଂଘ ପକ୍ଷରୁ ବଣ୍ଟନ କରାଯାଇଛି । ଏହି ଅବସରରେ ସଂଘର କାର୍ଯ୍ୟକାରୀ ସଭାପତି ମଳୟ କୁମାର ମୁଣ୍ଡ , ସମ୍ପାଦକ ଭାରତ ଭୂଷଣ ଚଲାନ ପ୍ରମୁଖ ଉପସ୍ଥିତ ଥିଲେ। ସଂଘର ଅନ୍ୟ କର୍ମକର୍ତ୍ତା ଙ୍କ ମଧ୍ୟରେ ସୁରେଶ ଚନ୍ଦ୍ର ପଟ୍ଟନାୟକ, ସୁଧାଂଶୁ ଶେଖର ନେଗୀ, ଉମାଶଙ୍କର ମୁଣ୍ଡ, ଭବାନୀ ଶଙ୍କର ପଣ୍ଡା, ବନମାଳୀ ମୁଣ୍ଡ,ଇକବାଲ୍ ସିଂ, ମଧୁସୂଦନ ସାହୁ, ହରିଶ୍ଚନ୍ଦ୍ର ବେହେରା, ଧନୁର୍ଜୟ ନାଏକ, ଗଙ୍ଗାରାମ ବାଗ, ପ୍ରକାଶ ଚନ୍ଦ୍ର ପ୍ରଧାନ, ସବିତା ପଟ୍ଟନାୟକ, ସଂଘମିତ୍ରା କାନୁନଗୋ, ବିଜୟଲକ୍ଷ୍ମୀ ବେହେରା, କଳ୍ପନା ରଥ, ସଂଯୁକ୍ତା ବାବୁ, ସୁଧାଂଶୁ ବାଳା ଦେବୀ, ସବିତା ଦାସ,ଆନନ୍ଦିନୀ ପାତ୍ର, ସରସ୍ଵତୀ ହୋତା, ସୁଷମା ନାଏକ, ସୁଭାଷିନୀ ବାବୁ, ସୁଜାତା ତ୍ରିପାଠୀ ଓ ଆଲ୍ଲାଦିନୀ ମୁଣ୍ଡ ଉପସ୍ଥିତ ଥିଲେ । ବରିଷ୍ଠ ନାଗରିକଙ୍କ ଏହି ମହତ୍ କାର୍ଯ୍ୟକୁ ଅଞ୍ଚଳବାସୀଙ୍କ ଦ୍ଵାରା ଉଚ୍ଚ ପ୍ରଶଂସା କରିଛନ୍ତି ।

What's Your Reaction?

like

dislike

love

funny

angry

sad

wow