ବରିଷ୍ଠ ସାମ୍ବାଦିକ ତଥା ମଞ୍ଚ କଳାକାର ସୁରେନ୍ଦ୍ର ପାଣିଗ୍ରାହୀ ଙ୍କ ୭୫ ବର୍ଷ ବୟସ ରେ ପରଲୋକ, ସାମ୍ୱାଦିକ ଓ କଳାକାର ମହଲ ରେ ଶୋକ l
ବାଲିଗୁଡା:ଲୋକ ଆବାଜ. ଇନ/ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
କନ୍ଧମାଳ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ବରିଷ୍ଠ ମଞ୍ଚ କଳାକାର ସୁରେନ୍ଦ୍ର କୁମାର ପାଣିଗ୍ରାହୀ (୭୫ ) ଙ୍କ ଆଜି ପୂର୍ବାହ୍ନ ୨ ସମୟରେ ବ୍ରହ୍ମପୁର ର ଏକ ଘରୋଇ ମେଡିକାଲ ରେ ପରଲୋକ ଗମନ କରିଛନ୍ତି। କିଛି ଦିନ ହେବ ଶ୍ଵାସ ଜନିତ ସମସ୍ଯା ଦେଖାଦେବାରୁ ପ୍ରଥମେ ବାଲିଗୁଡା ମେଡିକାଲ ପରେ ବ୍ରହ୍ମପୁର ର ଏକ ଘରୋଇ ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି ହେଉଥିଲେ । ଶ୍ରୀ ପାଣିଗ୍ରାହୀ ଦୀର୍ଘ ୫ ଦଶନ୍ଧି ଧରି କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ସ୍ତରୀୟ ସମ୍ବାଦିକତା କରିଆସୁଥିଲେ । ଜିଲ୍ଲାର ବହୁ ସାମ୍ବାଦିକ ତାଙ୍କର ପ୍ରେରଣା ରେ ସାମ୍ବାଦିକ ହୋଇଛନ୍ତି । ସେ କେବବଳ ସାମ୍ବାଦିକ ନଥିଲେ ଜଣେ ମଞ୍ଚ କଳାକାର ,ସମାଜସେବୀ ଓ ଧର୍ମ ପରାୟଣ ବ୍ୟକ୍ତି ଥିଲେ । ତାଙ୍କର ୩ ପୁଅ ଓ ଗୋଟିଏ ଝିଅ ଓ ନାତି ନତୁଣୀ ରହିଛନ୍ତି ତାଙ୍କ ପାର୍ଥିବ ଶରୀରକୁ ନିଜ ବାଲିଗୁଡା ବାସଭବନ ଙ୍କୁ ଅଣାଯିବା ପରେ ଶେଷକୃତ୍ୟ କରାଯିବ । ତାଙ୍କ ବିୟୋଗ ରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ,ବାଲିଗୁଡା ବିଧାୟକ ଚକ୍ର ମଣି କହଁର ,ଜି ଉଦୟଗିରି ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ,ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ,ପୂର୍ବତନ ଉପ ବାଚସ୍ପତି ସାଲୁଗା ପ୍ରଧାନ, ଜିଲ୍ଲା ବିଜେପି ସଭାପତି ପଣ୍ତିତ ବିଶୀମାଝି, ବରିଷ୍ଠ ବିଜେପି ନେତା ପଦ୍ମ ଚରଣ ଦାସ, କନ୍ଧମାଳ ନଗର ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ବ୍ଲକ୍ ସାଂସଦ ପ୍ରତିନିଧି ରଞ୍ଜିତ କୁମାର ସାହୁ,ପ୍ରେସ କ୍ଲବ ର ସଭାପତି ସୁଁନିଲ ପଟ୍ଟନାୟକ, କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ର ସଭାପତି ଡ଼ ଅରୂପ କୁମାର ଜେନା ଓ କନ୍ଧମାଳ କଳା ବିକାଶ କେନ୍ଦ୍ର ର ସମ୍ପାଦକ ତଥା ଯୁବ ନାଟ୍ୟକାର ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା ଶୋକ ବ୍ୟକ୍ତ କରିବା ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି l
What's Your Reaction?