ବହୁ ଭାଷୀ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ

କଳାହାଣ୍ଡି:ଲୋକ୍ ଆବାଜ୍.ଇନ୍(ବ୍ୟୁରୋ)
- କଳାହାଣ୍ଡି ଜିଲ୍ଲା ମ,ରାମପୁର ବ୍ଲକ୍ ଉର୍ଲାଦାନୀ ସ୍ଥିତ ସରକାରୀ ଆଶ୍ରମ ବିଦ୍ୟାଳୟ(ଏସ ଏସ ଡି) ଠାରେ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ,ଅନୁସୂଚୀତ ଜାତି,ଅନୁସୂଚୀତ ଉପ ଜାତି, ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ର ମିଳିତ ଆନୁକୁଲ୍ୟରେ ଚାରି ଦିବସୀୟ ବହୁ ଭାଷୀ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇ ଯାଇଛି । ଆଶ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରମା ପ୍ରସାଦ ଶତପଥୀ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂଯୋଜକ ସଂହତି ଡଃ ପରମାନନ୍ଦ ପଟେଲ, ସମ୍ମାନୀତ ଅତିଥି ଭାବେ ଆଦିବାସୀ ଭାଷା ସଂସ୍କୃତି ଏକାଡେମୀ ର ବରିଷ୍ଠ ଗବେଷଣା ସହାୟିକା ଡଃ ସଂଯୁକ୍ତା ମହାରଣା ଯୋଗ ଦେଇଥିଲେ । ଶିବିର ରେ ରାଜ୍ୟ ସାଧନ କର୍ମୀ ଭାବେ କେନ୍ଦୁଝର ଜିଲ୍ଲା ରାଙ୍କି ଆଶ୍ରମ ବିଦ୍ୟାଳୟ ର ସୁଧାକର କୁଅଁର,କନ୍ଧମାଳ ଜିଲ୍ଲା ଦାରିଂବାଡ଼ି (ଏସ ଏସ ଡି) ଉଚ୍ଚ ବିଦ୍ୟାଳୟ ରୁ ସମୀର କୁମାର ନାୟକ ପ୍ରଶିକ୍ଷଣ ଦେଇଥିଲେ । ଏହି ଶିବିର ରେ ପାଠ୍ୟ ପୁସ୍ତକ, ମୌଳିକ ସାକ୍ଷରତା, ସଂଖ୍ୟା ଜ୍ଞାନ, ଜନ ଜାତି ଭାଷା ର ବହୁଭାଷୀ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ସମସ୍ତ ଛାତ୍ର ଙ୍କୁ ନିଜ ସନ୍ତାନ ଭାବରେ ବିବେଚନା କରି ସେମାନଙ୍କ ପ୍ରତି ଯତ୍ନଶୀଳ, ଓ ଦାୟିତ୍ବବାନ ହେଇ ସେମାନଙ୍କ ମନସ୍ତତ୍ଵ କୁ ବିଚାର କରି ସହଜ ଭାଷା ଓ କୌଶଳ ରେ ଶିକ୍ଷା ପ୍ରଦାନ କରିବା ଉପରେ ଆଲୋକପାତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଆଶ୍ରମ ବିଦ୍ୟାଳୟ ର ଶିକ୍ଷକ ମାନେ ସହଯୋଗ କରିଥିଲେ ।
What's Your Reaction?






