ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ ଆୟୋଜିତ

Oct 23, 2024 - 23:37
 0  202
ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ ଆୟୋଜିତ

ନୂଆପଡ଼ା - ଲୋକ ଆବାଜ.ଇନ (ରାମନାଥ ପଣ୍ଡାଙ୍କ ରିପୋର୍ଟ)

 ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ବୋଡ଼େନ ଗୋଷ୍ଟି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ ମହା ସମାରୋହରେ ପାଳିତ ହୋଇଯାଇଛି।

ବୋଡ଼େନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଋଦ୍ରେଶ୍ଵର ମେହେରଙ୍କ ସଭାପତିତ୍ବରେ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ରଶ୍ମିତା ସିହ୍ନା , ମୁଖ୍ୟ ବକ୍ତା ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦ୍ଵାରସନି ହାଇସ୍କୁଲ କେରାପଦର ସତ୍ୟପୀର ପଣ୍ଡା ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବୋଡ଼େନ ଗୋଷ୍ଟି ସ୍ଵାସ୍ଥ୍ୟ ଅଧିକାରୀ ସଞ୍ଜୀବ କୁମାର ନାଏକ, ଓ ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ନେପାଲ ଚନ୍ଦ୍ର ଦେ ଯୋଗଦାନ କରି ଶିଶୁ ମହୋତ୍ସବ ସୁରଭି ୨୦୨୪ ର ଆନୁଷ୍ଠାନିକ ଭାବେ ଶୁଭ ଉଦ୍ଘାଟନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ କାର୍ଯକ୍ରମରେ ମହାବୀର ଯୋଷୀ ଓ ଅଶୋକ କୁଆର ବାରିକ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିବାବେଳେ ପ୍ରଧାନ ଶିକ୍ଷକ କେରାପଦର ୟୁ ଜି ପି ଏସ ନରେନ୍ଦ୍ର କୁମାର ନାଗ ଧନ୍ୟବାଦ ଅର୍ପଣ କରିଥିଲେ ।କ୍ଲଷ୍ଟର ସ୍ତରରେ ପ୍ରଥମ ହୋଇଥିବା ବିଭିନ୍ନ ପ୍ରତିଯୋଗୀ ଆଜି ବ୍ଲକ ସ୍ତରରେ ଭାଗ ନେଇଥିଲେ ।ଦ୍ଵିତୀୟ ଅଧିବେଶନ ଅପରାହ୍ନ ତିନିଟାରେ ଆରମ୍ଭ ହୋଇଥିଲା। ପ୍ରଥମେ ବରେଣ୍ୟ ଅତିଥି ମାନଙ୍କୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଦ୍ବାରା ପୁଷ୍ପମାଲ୍ୟ ଓ ଉପ ଢୌକନ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା। ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ରେଶ୍ୱର୍ ମେହେରଙ୍କ ସଭାପତିତ୍ବରେ ଦ୍ଵିତୀୟ ପର୍ଯ୍ୟାୟ ଉଦଯାପନୀ ଉତ୍ସବ ତଥା ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ନୂଆପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ , ମୁଖ୍ୟ ବକ୍ତା ଭାବେ ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜ ବୋଡ଼େନ ସାହିତ୍ୟ ବିଭାଗ ଅଧ୍ୟାପକ ଡକ୍ଟର କିଶୋର କୁମାର କର୍ଣ୍ଣ , ସମ୍ମାନିତ ଅତିଥି ଭାବରେ ବୋଡ଼େନ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ସଂଗୀତା ମାଝୀ , ବୋଡ଼େନ ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ନେପାଲ ଚନ୍ଦ୍ର ଦେ ପ୍ରମୁଖ ମଞ୍ଚାସୀନ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ବୋଡ଼େନ ବ୍ଲକ ଅନ୍ତର୍ଗତ ୧୩ ଗୋଟି କ୍ଲଷ୍ଟର ର ଛାତ୍ରଛାତ୍ରୀ 'ସୁରଭି' କାର୍ଯ୍ୟକ୍ରମରେ କଣ୍ଠ ସଙ୍ଗୀତ, ପ୍ରବନ୍ଧ, ବକ୍ତୃତା, ବିତର୍କ, ପିଏମ୍ ପୋଷଣ ଚିତ୍ରକଳା ଓ ଶିଳ୍ପକଳା, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ, କୁଇଜ୍‌, ଓଡ଼ିଆ ହସ୍ତାକ୍ଷର ଓ ଶୃତଲିଖନ, ଚିତ୍ରାଙ୍କନ ଭଳି ୨୩ ଗୋଟି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥି ମାନଙ୍କ ଦ୍ଵାରା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ବିବେଚିତ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀ ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭିରେ ଯୋଗଦେବେ ବୋଲି ଜଣାପଡିଛି। ଉକ୍ତ କାର୍ଯ୍ୟକ୍ରମରେ ବିଚାରକ ଭାବେ ସନ୍ତୋଷ କୁମାର ଦାସ ଆଦର୍ଶ ବିଦ୍ୟାଳୟ ସଙ୍ଗୀତ ଶିକ୍ଷକ, ସଂଯୋଗ କୁମାର ବାଗ ସି ଆର ସି ସି ଲର୍କା କ୍ଲଷ୍ଟର, ପ୍ରଦୀପ କୁମାର କର ଓ ଦୁଷ୍ମନ୍ତ ଧାରୁଆ ରହି କାର୍ଯ୍ୟ ତୁଲାଇ ଥିଲେ ।

ଶିକ୍ଷକ ମହାବୀର ପ୍ରସାଦ ଯୋଷୀ ଓ ଅଶୋକ କୁମାର ବାରିକ ମଞ୍ଚ ପରିଚାଳନା କରିଥିବା ବେଳେ ସଂଯୋଗ କୁମାର ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।।ଉକ୍ତ କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ସି.ଆର.ସି.ସି, ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ ସ୍ଥାନୀୟ ବିଦ୍ୟାଳୟର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ।

What's Your Reaction?

like

dislike

love

funny

angry

sad

wow