ବାଇକ୍ ଦୁର୍ଘଟଣାରେ ୩ଆହତ

Sep 22, 2024 - 20:24
 0  42
ବାଇକ୍ ଦୁର୍ଘଟଣାରେ ୩ଆହତ

କଣ୍ଟମାଳ:ଲୋକ୍ ଆବାଜ୍‌.ଇନ୍‌(ପୂର୍ଣ୍ଣ ଚରଣ ସାହୁଙ୍କ ରିପୋର୍ଟ)

କଣ୍ଟାମାଳ ବ୍ଲକ ମନମୁଣ୍ଡା ଥାନା ଶିମିଳିପଦର ପଞ୍ଚାୟତ ଅନ୍ତର୍ଗତ ଯାମୁମାଳ ଗାଁ ନିକଟରେ ଆଜିସନ୍ଧ୍ୟାରେ ଏକ ବାଇକ୍ ଦୁର୍ଘଟଣା ଘଟି ୩ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ପଲସାଗୋରା ପଟୁ  ଏକ ବାଇକ (ଓଡ଼ି ୩୧ ବି ୭୨୬୫)ଯୋଗେ ୩ଜଣ ଯୁବକ ଆସୁଥିବାବେଳେ ଗବଯୋର ପଟୁ ଆସୁଥିବା ଏକ ବାଇକ୍ ସାଥିରେ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ବାଇକରେ ଥିବା ୩ଜଣ ଗୁରୁତର ହୋଇଥିଲେ ।ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ସୁବର୍ଣ୍ଣପୁର ଡାକ୍ତରଖାନାକୁ ନେଇଥିଲେ । ଆହତ ୩ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାପଡ଼ିଛି ।

What's Your Reaction?

like

dislike

love

funny

angry

sad

wow