ବାଇକ୍ ସହ ଗଞ୍ଜେଇ ଜବତ, ଜଣେ ଗିରଫ

Sep 1, 2024 - 14:18
 0  39
ବାଇକ୍ ସହ ଗଞ୍ଜେଇ ଜବତ, ଜଣେ ଗିରଫ

କଣ୍ଟାମାଳ: ଲୋକ୍ ଆବାଜ୍ .ଇନ୍ ( ପୂର୍ଣ୍ଣ ଚରଣ ସାହୁ)
                             କଣ୍ଟାମାଳ ପୋଲିସ ପକ୍ଷରୁ ଚଢାଉ କରି ଗଞ୍ଜେଇ ସହ ବାଇକ୍ ଜବତ କରିଥିବା ବେଳେ ଜଣେ ଗଞ୍ଜେଇ ମାଫିଆକୁ ଗିରଫ କରିଛି | ସୂଚନା ଅନୁସାରେ କଣ୍ଟାମାଳ ପୋଲିସ ପକ୍ଷରୁ ପେଟ୍ରୋଲିଂ କରୁଥିବା ସମୟରେ ତିଲକା ମାଲ ଛକ ନିକଟରେ ଏକ ବାଇକ୍ ସହ ଜଣେ ଯୁବକ ଆସୁଥିବା ବେଳେ ସନ୍ଦେହରେ ତାକୁ ତଦନ୍ତ କରିଥିଲେ | ତଦନ୍ତ ପରେ ବାଇକରୁ ଗଞ୍ଜେଇ ମିଳିଥିବା  ବେଳେ ବାଇକ୍, ଗଞ୍ଜେଇ ଜବତ କରିବା  ସହ  ଯୁବକଙ୍କୁ ଗିରଫ କରିଛି | ଜବତ ଗଞ୍ଜେଇର ପରିମାଣ ୫କେଜି ହୋଇଥିବା ବେଳେ ଗିରଫ  ଯୁବକ ଜଣକ ହେଲେ ମନମୁଣ୍ଡା ଥାନା କୁରୁମ ପଦର ଗ୍ରାମର ଲୋଚନ ମହାନ୍ତି ( ୩୨)  ବୋଲି ଜଣା ପଡିଛି | ଏ ସଂକ୍ରାନ୍ତରେ କଣ୍ଟାମାଳ ଥାନାରେ  ଏକ ମାମଲା ରୁଜୁ କରି ମାଫିଆ ଜଣକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି |

What's Your Reaction?

like

dislike

love

funny

angry

sad

wow