ବାଇକ୍ ସହ ଗଞ୍ଜେଇ ଜବତ, ଦୁଇ ଗିରଫ

Aug 29, 2024 - 07:07
 0  14
ବାଇକ୍ ସହ ଗଞ୍ଜେଇ ଜବତ, ଦୁଇ ଗିରଫ

କଣ୍ଟାମାଳ: ଲୋକ୍ ଆବାଜ୍ .ଇନ୍ ( ପୂର୍ଣ୍ଣ ଚରଣ ସାହୁ)
 କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ପୁଲିସ ପକ୍ଷରୁ ଚଢାଉ କରି ଗଞ୍ଜେଇ ସହ ବାଇକ୍ ଜବତ କରିଥିବା ବେଳେ ଦୁଇ ଗଞ୍ଜେଇ ମାଫିଆକୁ ଗିରଫ କରିଛି | ସୂଚନା ଅନୁସାରେ ଘଣ୍ଟାପଡ଼ା ପୁଲିସ ପକ୍ଷରୁ ପେଟ୍ରୋଲିଂ କରୁଥିବା ସମୟରେ  ଘଣ୍ଟାପଡ଼ା ସମଲେଶ୍ଵରୀ ଛକ ନିକଟରେ ଏକ ଟିଭିଏସ ଆପାଚୀ ବାଇକ୍ ସହ ଦୁଇ ଜଣ ଯୁବକ ଠିଆ ହୋଇଥିବା ବେଳେ ସନ୍ଦେହରେ ତାକୁ ତଦନ୍ତ କରିଥିଲେ | ତଦନ୍ତ ପରେ ବାଇକରୁ ଗଞ୍ଜେଇ ମିଳିଥିବା  ବେଳେ ବାଇକ୍, ଗଞ୍ଜେଇ ଜବତ କରିବା  ସହ ଦୁଇ ଯୁବକଙ୍କୁ ଗିରଫ କରିଛି | ଗିରଫ ଦୁଇ ଯୁବକ ହେଲେ ଅକ୍ଷୟ ଶିକାରୀ ( ୨୧) ଓ ମହେଶ ଶିକାରୀ (୧୯) ବୋଲି ଜଣା ପଡିଛି | ଏ ସଂକ୍ରାନ୍ତରେ  ଘଣ୍ଟାପଡ଼ା ଥାନାରେ ୧୧୭/୨୪ରେ ଏକ ମାମଲା ରୁଜୁ କରି ମାଫିଆ ଦୁଇ ଜଣକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ମାଧବଚନ୍ଦ୍ର ଟାକ୍ରି ସୂଚନା ଦେଇଛନ୍ତି |

What's Your Reaction?

like

dislike

love

funny

angry

sad

wow