ବାଲିଗୁଡ଼ା ଉପ ଖଣ୍ଡ ଡାକ୍ତରଖାନା ରେ ଡାକ୍ତର ନାହାନ୍ତି, ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ l ମୋ ଡାକ୍ତର ଖାନl ନିର୍ମାଣ କାର୍ଯ୍ୟ ନିମ୍ନ ମାନର ଅଭିଯୋଗ l ଭିଜିଲାନ୍ସ ତଦନ୍ତ ଦାବୀ l

ବାଲିଗୁଡ଼ା: ଲୋକ୍ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
କନ୍ଧମାଳ ଜିଲ୍ଲା ର ବାଲିଗୁଡ଼ା ଉପଖଣ୍ଡ ଡାକ୍ତର ଖାନା ରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବାରୁ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇପଡିଛି l ଫଳରେ ସବଡ଼ିଭିଜନ ଅନ୍ତର୍ଗତ ୯ ଗୋଟି ବ୍ଲକ ର ଲକ୍ଷାଧିକ ଲୋକ ଏହା ଉପରେ ନିର୍ଭର କରନ୍ତି l ଫୁଲବାଣୀ ବାଲିଗୁଡ଼ା ଡାକ୍ତରଖାନା ରେ ମୋଟ ୧୫ ଗୋଟି ଡାକ୍ତର ଙ୍କ ମଧ୍ୟରୁ ପାଞ୍ଚଜଣ ଏମ ବି ବି ଏସ ଡାକ୍ତର ଅଛନ୍ତି। ମେଡ଼ିସିନସ୍ପେଶିଆଲିଷ୍ଟ , ଅ ର୍ଥୋପେଡିକ, ପଥୋଲୋଜିଷ୍ଟ, ଶିଶୁ ବିଶେଷଜ୍ଞ,ଗାଇନିକ୍ ସ୍ପେଶିଆଲିଷ୍ଟ, ସ୍କିନ୍ଓ ରେଡ଼ିଓଲୋଜିଷ୍ଟ, ଆଇ ସ୍ପେଶିଆଲିଷ୍ଟ ପଦଵୀ ଦିର୍ଘ୍ ଦିନ ଧରି ଖାଲି ପଡିଛି l
କେବଳ ଶିଶୁ ବିଶେଷଜ୍ଞ ଚାରି ଦିନରେ ଥରେ ଫୁଲବାଣୀରୁ ଆସୁଛନ୍ତି। ଫଳରେ ରୋଗୀ ଉପଯୁକ୍ତ ଚିକିତ୍ସା ନ ପାଇ ରୋଗୀ ହନ୍ତସନ୍ତ ହେଉଛନ୍ତି। ରୋଗୀଙ୍କୁ ଆସୁ ଚିକିତ୍ସା କରି ଫୁଲବାଣୀ କୁ ରେଫର କରାଯାଉଛି। ରୋଗୀଙ୍କୁ ସୁଦୂର ୭୨ କିମି ଫୁଲବାଣୀ ସଦମହକୁମା ହସ୍ପିଟାଲ କୁ ଯିବାକୁ ପଡୁଛି। ଫଳରେ ରୋଗୀ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ରୋଗୀ ର ମୃତ୍ୟୁ ହେଲେ ଶବ ନେବା ପାଇଁ ଅସୁବିଧା ହେଉଛି। ଶବ ନେବା ପାଈଁ ବଡ କଷ୍ଟରେ ଗାଡ଼ି ମିଳି ପାରୁନାହିଁ lଡ୍ରାଇଭର ସମସ୍ୟା ରହିଛି l ବାଲିଗୁଡା ଡାକ୍ତର ଖାନା ର କୋଠାବାଡ଼ି ଓ ଯନ୍ତ୍ରପାତି ଚକା ଚକ ଥିବା ବେଳେ କାଫେ ର ବ୍ୟବସ୍ଥା ମଧ୍ୟ ରହିଛି।
କିନ୍ତୁ ଅଲଟ୍ରା ସାଉଣ୍ଡ ଓ ସିଟିସ୍କାନ ନାହିଁ। ସେହିଭଳି ପୁର୍ବ ସରକାର ଅମଳ ରେ 5ଟି ପକ୍ଷରୁ ହୋଇଥିବା ମୋ ଡାକ୍ତର ଖାନା ର ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ର ଗନ୍ଧ ବାରି ହୋଇ ପଡ଼ୁଛି l ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହୋଇ ଥିବାରୁ ଭାଙ୍ଗି ରୁଜି ଗଲାଣି lତୁରନ୍ତ ଖାଲି ପଡ଼ିଥିବା ବିଶେଷଜ୍ଞ ପଦବୀ ପୂରଣ କରିବା ପାଇଁ ଓ ସମସ୍ତ ରୋଗୀଙ୍କୁ ରେଫର କରାନଯାଇ ଉତ୍ତମ ଚିକିତ୍ସା ପ୍ରଦାନ କରିବା ସହିତ ଏହର ଭିଜିଲାନ୍ସ ସ୍ତରୀୟ ତଦନ୍ତ ପାଇଁ ସର୍ବସାଧାରଣରେ ପ୍ରବଳ ଦାବୀ ହେଉଛି।
What's Your Reaction?






