ମେଲେରିଆ ଓ ଡାଇରିଆ, ରୋଗରେ ରେ ୨ ମୃତ୍ୟୁ ଅଭିଯୋଗ କୁ ଖଣ୍ଡନ କଲେ ସ୍ବାସ୍ଥ୍ୟ ଅଧିକାରୀ

Sep 19, 2024 - 08:51
 0  30
ମେଲେରିଆ ଓ ଡାଇରିଆ, ରୋଗରେ ରେ ୨ ମୃତ୍ୟୁ ଅଭିଯୋଗ କୁ ଖଣ୍ଡନ କଲେ ସ୍ବାସ୍ଥ୍ୟ ଅଧିକାରୀ

ବାଲିଗୁଡ଼ା: ଲୋକ୍ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ରେ ଜନ ସଚେତନତା ଅଭାବରୁ ବ୍ୟାପୁଛି ମେଲେରିଆ ଓ ଡାଇରିଆ ଏବେ ବି କନ୍ଧମାଳ ଜିଲ୍ଲା ରେ ରୋଗ ହେଲେ ଦୁର୍ଗମ ଅଞ୍ଚଳ ର ଲୋକେ ଚିକିତ୍ସା ବଦଳରେ ଗୁଣି ଗାରେଡ଼ି ର ସାହାରା ନେଉଛନ୍ତି l ନିୟମିତ ବ୍ୟବଧାନ ରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ କରା ଯାଉନଥିବାରୁ ଅଞ୍ଚଳ ରେ ମେଲେରିଆ ଓ ଡାଇରିଆ ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରଛନ୍ତି lଲଘୁଚାପ ଜନିତ ବର୍ଷା ହେଉ କିମ୍ୱା ଦୂଷିତ ପରିବେଶରେ ଅଖାଦ୍ୟ ଖାଇ ଲୋକେ ମେଲେରିଆ ଓ ଡାଇରିଆ ରୋଗରେ ପୀଡିତ ହେଉଛନ୍ତି l ଦୁର୍ଗମ ତୁମୁଡ଼ିବନ୍ଧ ବ୍ଳକ୍ ଅନ୍ତର୍ଗତ ଝିରି ପାଣି ଅଞ୍ଚଳ ରେ ୨ଜଣ ଆଦିମ କୁଟିଆ ଜନଜାତି ସଚେତନତା ଅଭାବରୁ ଚିକିତ୍ସା ସେବା ନ ପାଇ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି l ଡାଇରିଆ ବ୍ୟାପିଥିବା ଖବର ପାଇ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ଦେଖାଇ ଗାଁ କୁ ଯାଇ ମୃତ୍ୟୁ ର କାରଣ ଖୋଜୁଛି ଆକ୍ରାନ୍ତ ଙ୍କୁ ଚିକିତ୍ସା ସେବା ଯୋଗାଇଛି lସୀମାନ୍ତ କଳାହାଣ୍ଡି ଜିଲ୍ଲା ଓ ରାୟଗଡ଼ା ଜିଲ୍ଲାରେ ମେଲେରିଆ ଓ ଡାଇରିଆ ବ୍ୟାପିଥିବାରୁ ତାହାର ପ୍ରଭାବ ରେ କଂଧମାଳ ଜିଲ୍ଲାର ଝିରିପାଣି ଗ୍ରାମ ପଞ୍ଚାୟତ ର ବରଗାଁ, ନଲକୁଟି , କୁନା ବେଡା , ମାଙ୍କଡ ଚୁଆ, ସୁରଙ୍ଗବାରୁ, ବରଗୁଡ଼ା ସମେତ ଝିରିପାଣି ଅଞ୍ଚଳ ରେ ମେଲେରିଆ ଓ ଡାଇରିଆ ବ୍ୟାପିଛି l ଗତ ଅଗଷ୍ଟ ମାସରେ ୫ ମେଲେରିଆ ଓ ଡାଇରିଆ ରେ ମୃତ୍ୟୁ ଘଟଣା କି ନୁହେଁ ତାହାର ତଦନ୍ତ କରି ସ୍ଵାସ୍ଥ୍ୟ ବିଭାଗ କୁ ରିପୋର୍ଟ ଦିଆ ଯାଇଛି l

ଚଳିତ ମାସ ରେ କୁନାବେଡ଼ା ଗ୍ରାମର ବରଗୁଡ଼ି ମାଝୀ (୬୦) ଶନିବାର ଦିନ ମୃତ୍ୟୁ ହୋଇଥିବା ବେଳେ ଘାଟି ପଦର ଗ୍ରାମର ବାକଚି ମାଝୀ (୫୦) ଙ୍କ ମୃତ୍ୟୁ କୁ ସ୍ବାସ୍ଥ୍ୟ ବିଭାଗ ସ୍ଵାଭାବିକ ମୃତ୍ୟୁ ବରଣ କରିଥିବା କହିଛି ତେବେ ମୃତକ ଙ୍କ ଶବ ବ୍ୟବଚ୍ଛେଦ ହୋଇନଥିବାରୁ ସ୍ବାସ୍ଥ୍ୟ ବିଭାଗ ମୃତ୍ୟୁ ର କାରଣ ଖୋଜିବା ପାଇଁ କଷ୍ଟକର ହୋଇ ପଡିଛି ତଦନ୍ତ ରୁ ଅଖାଦ୍ୟ ଖାଇ ଜଙ୍ଗଲ କୁ ଯାଇ ଗୁଡ଼ିଆ ରୁ ଫେରିଥିବା ବେଳେ ମୃତ୍ୟୁ ବରଣ କରିଥିବା କଥା କହିଛନ୍ତି l ଡାଇରିଆ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା କଥାକୁ ଅସ୍ବୀକାର କରିଛି lସ୍ଵାଭାବିକ ମୃତ୍ୟୁ ବରଣ କରିଥିବା କହିଛନ୍ତି ତୁମୁଡ଼ିବନ୍ଧ ସ୍ୱାସ୍ଥ୍ୟ ଅଧିକାରୀ ଅଭିଷେକ ନାୟକ l

What's Your Reaction?

like

dislike

love

funny

angry

sad

wow