ବିଗୁଲ୍ ଟିଭି ର ନୂଆଁ ଖାଇ ଭେଟ ଘାଟ ମହା ସମାରୋହରେ ରେ ପାଳିତ*-

Sep 23, 2024 - 22:18
 0  45
ବିଗୁଲ୍ ଟିଭି ର ନୂଆଁ ଖାଇ ଭେଟ ଘାଟ ମହା ସମାରୋହରେ ରେ ପାଳିତ*-

ସୋନପୁର -ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

 ଗତ କାଲି ସୋନପୁର ଟାଉନ୍ ହଲ୍ ଠାରେ ବିଗୁଲ ଟିଭି ର ନୂଆଁ ଖାଇ ଭେଟ ଘାଟ ଉତ୍ସବ ୨୦୨୪ ମହା ସମାରୋହରେ ପାଳନ ହୋଇ ଯାଇଛି l ଏହାର ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ସୋନପୁର ପୌର ପରିଷଦ ଅଧ୍ୟକ୍ଷା ତାମସି ତlମସ୍ମିତା ନାଏକ, ସମ୍ମାନିତ ଅତିଥି ଭାବରେ ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, ଅଭିମନ୍ୟୁ କୁଶଳ, ପୌର ଉପାଧ୍ୟକ୍ଷl ମଲ୍ଲିକା ଦାନୀ, ଆଦିତି କଲେଜ ଅଧ୍ୟକ୍ଷା ଲିଖିତ ଆ ପଟ୍ଟନାୟକ,ମହାନଦୀ ଧାରା ର ମୁଖ୍ୟ ଆଭା ପୂଜାରୀ ଯୋଗ ଦେଇ ଉତ୍ସବ କୁ ଉଦ୍ଘାଟନ କରିଥିଲେ l ସୁବର୍ଣ୍ଣପୁର ବୌଦ୍ଧ ଜିଲ୍ଲା ର ଅନେକ ସଂlସ୍କୃତିକ ଟ୍ରୁପ୍ କଳାକାର ଏଠାରେ ରଙ୍ଗା ରଙ୍ଗ ନାଚ ଗୀତ ପରିବେଷଣ କରିଥିଲେ l

 ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ର ମୁଖ୍ୟ ସଚେତକ ଶ୍ରୀ ସରୋଜ ପଧାନ ଯୋଗ ଦେଇ ନୂଆଁଖାଇ ଭାଇ ଚାରା ପର୍ବ ର ପ୍ରଚାର ପ୍ରସାର ସହିତ ବିଭିନ୍ନ ପ୍ରତିଭା ଚିହ୍ନଟ କରିବା ଓ ଏ ଅଞ୍ଚଳ ର ବିକାଶ ବିଗୁଲ୍ ଟିଭି ର ପ୍ରଚେଷ୍ଟା କୁ ଖୁବ୍ ପ୍ରଶଂସା କରିଥିଲେ lଅନ୍ୟତମ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ହୋଟେଲ ସଂଘ ସଭାପତି ଅରବିନ୍ଦ ବାରିକ, ଯୁବ ଉଦ୍ୟୋଗୀ ଶରତ ମହାପାତ୍ର,ଗୋପାଳ ନେଗୀ ପ୍ରମୁଖ ଯୋଗଦେଇଥିଲେ।ଅଭିନାଶ ହୋତl ସଭା ସଂଯୋଜନା କରିଥିବା ବେଳେ ଵଣ୍ଟୁ ଅଗ୍ରୱାଲା ଧନ୍ୟବାଦ୍ ଅର୍ପଣ କରିଥିଲେ l ଚେନେଲ ର ହେଡ ସନ୍ତୋଷ କୁମାର ମିଶ୍ର ଙ୍କ ତତ୍ୱା ବଧାନ ରେ ଉତ୍ସବ ପରିଚଳନା କରାଯାଇଥିବା ବେଳେ ଦେବାଶିଷ ପଟ୍ଟନାୟକ, ନାରାୟଣ ରଥ, ସତ୍ୟ ବ୍ରତ ପ୍ରଧାନ, ନିରଞ୍ଜନ ଭୋଇ, ଲଡୁ କିଶୋର ମଲ୍ଲିକ, ପ୍ରୁଥିରଜ ବାଗ, ସରୋଜ ପଧାନ, ସହଦେବ ମେହେର, ସୁବାଷ ପଣ୍ଡା , ସାଇ ସରୋଜ ମିଶ୍ର, ନିର୍ମାଣ ମିଶ୍ର, ହାର୍ଦ୍ଧିକ ଅଗ୍ରୱାଲ ପ୍ରମୂଖ ସହଯୋଗ କରିଥିଲେ l

What's Your Reaction?

like

dislike

love

funny

angry

sad

wow