ଶେଷ ହେଲା ଫ୍ୟାସନ ଦୁନିଆର ଲୋକପ୍ରିୟ ଫ୍ୟାସନ ଶୋ ନୟନତାରା ସିଜନ୍ 5 ର ଗ୍ରାଣ୍ଡଫିନାଲେ

Oct 23, 2024 - 05:56
 0  27
ଶେଷ ହେଲା ଫ୍ୟାସନ ଦୁନିଆର ଲୋକପ୍ରିୟ ଫ୍ୟାସନ ଶୋ ନୟନତାରା ସିଜନ୍ 5 ର ଗ୍ରାଣ୍ଡଫିନାଲେ

ବାଲିଗୁଡା: ଲୋକ୍ ଆଵାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

- ପଦ୍ମଜା ପ୍ରିମିୟମରେ ଅନୁଷ୍ଠିତ ହୋଇଯାଇଛି ନୟନତାରା ମିସ୍ , ମିଷ୍ଟର ,କିଡସ, ମିସେସର ଗ୍ରାଣ୍ଡଫିନାଲେ । ଯେଉଁଥିରେ ବଛା ହୋଇଛନ୍ତି ମିସ ଇଣ୍ଡିଆ ନୟନତାରା, କିଡସ ଇଣ୍ଡିଆ ନୟନତାରା, ମିସେସ ଇଣ୍ଡିଆ ନୟନତାରା ଓ ମିଷ୍ଟର ଇଣ୍ଡିଆ ନୟନତାରା । ନିକଟରେ ଷ୍ଟଲୱାର୍ଟ ଜଜାତିରେ ନୟନତାରା ସିଜନ୍ ୫ ଆୟୋଜିତ ହୋଇଥିଲା । ଏଥିରେ ଭାଗ ନେବା ପାଇଁ ୪୫୦ ଆଶାୟୀ ଆଦେବନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଭର୍ଚୁଆଲ ଅଡିସନ୍ ମାଧ୍ୟମରେ ବିଭିନ୍ନ ପର୍ଯ୍ୟାୟରେ ବିବେଚିତ ହୋଇ ୨୦ ପ୍ରତିଯୋଗୀ ଗ୍ରାଣ୍ଡଫିନାଲେ ୱିକ କୁ ଆସିଥିଲେ। ନିଜର ପ୍ରତିଭାକୁ ପରିସ୍ପୁଟ କରିବାକୁ ସେମାନଙ୍କୁ ଡ୍ୟାନସ, ଯୋଗ, ଅଭିନୟ ଭଳି ଟାସ୍କ ଦିଆଯାଇଥିଲା। ଓଡ଼ିଶୀ ନୃତ୍ୟଶିଳ୍ପୀ ଶାସ୍ୱତ ଯୋଶୀଙ୍କ ତତ୍ୱାବଧାନରେ ପ୍ରତିଯୋଗୀ ମାନେ ନିଜକୁ ପ୍ରସ୍ତୁତ କରିଥିଲେ। ୩ ମାସର ନିରନ୍ତର ପ୍ରୟାସ ପରେ ରବିବାର ହୋଟେଲ ପଦ୍ମଜାରେ ଅନୁଷ୍ଠିତ ହୋଇଥିଲା ଫାଇନାଲ ରାଉଣ୍ଡ।ପ୍ରତିଯୋଗୀ ମାନେ ବିଭିନ୍ନ ଡିଜାଇନର ପୋଷାକ ପିନ୍ଧି ରାମ୍ପରେ ଚାଲିଥିଲେ। ୪ ଟି ସେଗମେଣ୍ଟରେ, ମିସ୍‌, ମିସେସ, କିଡସ ଏବଂ ମିଷ୍ଟର କାଟାଗରୀରେ ପ୍ରତିଯୋଗିତା ହୋଇଥିଲା। ପ୍ରତି କାଟାଗୋରିରୁ ୩ ଜଣ ଲେଖାଏଁ ପ୍ରତିଯୋଗୀଙ୍କୁ , ୱିନର, ରନର୍ସଅପ, ସେକେଣ୍ଡ ରନର୍ସଅପ ଭାବେ ବିଜେତା ଘୋଷଣା କରାଯାଇଛି। ଏହି ଅବସରରେ ନୟନତାରାର ପ୍ରତିଷ୍ଠାତା ଶାସ୍ୱତ ଯୋଶୀ କହିଛନ୍ତି ଓଡ଼ିଶାର ପିଲାମାନେ କିଭଳି ଏକ ଭଲ ପ୍ଲାଟ୍‌ଫର୍ମ ପାଇପାରିବେ ସେନେଇ କୋଭିଡ ସମୟରେ ଆରମ୍ଭ ହୋଇଥିଲା ନୟନତାରାର ପରିକଳ୍ପନା। ଆମ ଓଡ଼ିଶାର ପିଲାମାନଙ୍କୁ ଯେମିତି ବାହାରକୁ ଯାଇ ସଘର୍ଷ କରିବାକୁ ନପଡିବ, ସେମାନେ ନିଜ ପ୍ରତିଭାକୁ ପରିପ୍ରକାଶ କରିବା ପାଇଁ ଭଲ ସୁଯୋଗ ପାଇ ପାରିବେ ତାହା ହିଁ ରହିଛି ନୟନତାରାର ମୁଖ୍ୟ ଉଦ୍ଦେଶ୍ୟ । ଗ୍ରାଣ୍ଡ ଫିନାଲେରେ ମିସ ଇଣ୍ଡିଆ ନୟନତାରା ୱିନର ସ୍ମୃତି ସଞ୍ଚିତା ଦାସ ହୋଇଥିବା ବେଳେ ଫାଷ୍ଟ ରନରସଅପ୍ ସୌମ୍ୟା ପ୍ରିୟଦର୍ଶିନୀ ଓ ସେକେଣ୍ଡ ରନରସଅପ୍ ଦିକ୍ଷାସ୍ୟା ନାଇଡୁ ହୋଇଛନ୍ତି । ସେହିଭଳି ମିଷ୍ଟରରେ ଫାତିମା ବେଗମ୍ ୱିନର ହୋଇଛନ୍ତି । କିଡ୍ସ ଇଣ୍ଡିଆ ନୟନତାରାରେ ତହିଦ ହସନ୍ ଖାନ ଓ ତାସଭି ପ୍ରଧାନ ୱିନର ହୋଇଥିବା ବେଳେ ଫାଷ୍ଟ ରନରସଅପ୍ ଆଞ୍ଜେଲ ମହାନ୍ତି ଓ ସେକେଣ୍ଡ ରନରସଅପ୍ ଉତ୍କଳିକା ସାହୁ ହୋଇଛନ୍ତି । ଅନ୍ୟପଟେ ମିଷ୍ଟର୍ ଇଣ୍ଡିଆ ନୟନତାରାରେ ସୋମନାଥ ପଣ୍ଡା ୱିନର ହୋଇଥିବା ବେଳେ ଫାଷ୍ଟ ରନରସଅପ୍ ଆରଭ ଶର୍ମା ଓ ସେକେଣ୍ଡ ରନରସଅପ୍ ଜୟ ନାୟକ ହୋଇଛନ୍ତି ।

କାର୍ଯ୍ୟକ୍ରମରେ ବିଚାରକ ରହିଥିଲେ ମିସ ଓଡ଼ିଶା ୟୁନିଭର୍ସ ବାର୍ବି ମିଶ୍ର, ସମାଜ ସେବୀ ଲିଙ୍କନ ସୁବୁଦ୍ଧି, ସେଲିବ୍ରିଟୀ ମେକପ୍ ଆର୍ଟିଷ୍ଟ ସୋନାଲି ମିଶ୍ର, ଯୁବ ଉଦ୍ୟୋଗୀ ଅନ୍ମୋଲ ମହାପାତ୍ର ଓ ମିସ ଇଣ୍ଡିଆ ହେଡ ମନ ଦୂଆ । ସେହିଭଳି ଅତିଥି ଭାବେ ଯୋଗାଇଥିଲେ ବରିଷ୍ଠ ରାଜନେତା ପ୍ରିୟଦର୍ଶୀ ମିଶ୍ର, ଡକ୍ଟର ରୋଜାଲିନ ପାଟସାଣି ମିଶ୍ର, ଦୁଲାଲ ସାହୁ ଓ ଡକ୍ଟର ଅନିତା ସାବତ।

କାର୍ଯ୍ୟକ୍ରମରେ ଡିଜାଇନର ୱେର ଥିଲେ ଉତ୍କଳ ଅମ୍ରିତା, ନିଶିସ ଫ୍ଲେୟାର, ସାମ ଆଣ୍ଡ ସେରି, କଇଁଚି। ଷ୍ଟାଇଲିଂରେ ଥିଲେ ସିବିଆନ ସାରୁନ, ଜୁଏଲାରିରେ ସହଯୋଗ କରିଥିଲେ ଇଂଡ ହିଉଜର ସସ୍ମିତା ସାମଲ । ଶୋ ନିର୍ଦ୍ଦେଶକ ରହିଥିଲେ ସୁବୋଧ ଚାନ୍ଦ ଓ ରତନ ସ। ବିଶେଷ ସହଯୋଗ କରିଥିଲେ ମେଣ୍ଟର ସାଗରିକା ମହାନ୍ତି , ସାଇ ଜ୍ୟୋତି , ନେହା ବୋହିଦାର , ସୁଧାଂଶୁ ଶତପଥୀ , ସ୍ବସ୍ତି ତପ ପ୍ରମୁଖ । ଉପସ୍ଥାପନାରେ   ରହିଥିଲେ ସିକୃତି ପଣ୍ଡା । କାର୍ଯ୍ୟକ୍ରମର ପରିକଳ୍ପନା ଓ ଚିତ୍ରଣ ଦାୟିତ୍ୱରେ ଥିଲେ ଗ୍ଲୋବାଲ ଡାନ୍ସିଂ ଆଇକନ ଶାଶ୍ଵତ ଯୋଶୀ।

What's Your Reaction?

like

dislike

love

funny

angry

sad

wow