ବାଲିଗୁଡ଼ା ୟୁନିୟନ ବ୍ୟାଙ୍କ ର ଦଲାଲଗୀରି, କେୟାର ହେଲଥ ଇନସୁରାନ୍ସ ମାଲେମାଲ, ଲୋକେ ବେହେଲା।
ବାଲିଗୁଡ଼ା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
କନ୍ଧମାଳ ଜିଲ୍ଲା ବାଲିଗୁଡା ୟୁନିୟନ ବ୍ୟାଙ୍କରେ କେୟାର ହେଲଥ୍ ଇନ୍ସୁରାନ୍ସ କରି ଲୋକେ ହନ୍ତସନ୍ତ lଏହି ଭଳି ସଂଗୀନ ଅଭିଯୋଗ ଆସିଛି ବାଲିଗୁଡା ଶାଖା ୟୁନିୟନ ବ୍ୟାଙ୍କ ରୁ l ଶାଖା କାର୍ଯ୍ୟାଳୟ ତରଫରୁ କରାଯାଉଥିବା କେୟାର ହେଲଥ୍ ଇନ୍ସୁରାନ୍ସ କମ୍ପାନୀ ରେ ଅନେକ ଲୋକ ଇନ୍ସୁରାନ୍ସ କରିଛନ୍ତି lବାଲିଗୁଡାର ଜଣେ ସମାଜସେବୀ ୟୁନିୟନ ବ୍ୟାଙ୍କର କର୍ମଚାରିଙ୍କ ମିଠା,ମିଠା କଥାରେ ଭାସିଯାଇ କେୟାର ହେଲଥ ଇନ୍ସୁରାନ୍ସ କରିଥିଲେ ।କେୟାର ହେଲଥ ଇନ୍ସୁରାନ୍ସ ବାବଦକୁ ବର୍ଷକୁ ବର୍ଷ ନିୟମିତ ରିନୁ ଟଙ୍କା ବାନ୍ଧୁଥିଲେ ।କିନ୍ତୁ ଯେତେବେଳେ ନିଜ ସ୍ତ୍ରୀର ଦଦେହଖରାପ ହେଲା ଅଧିକ ଚିକିତ୍ସା ପାଇଁ ଅର୍ଥର ଅଭାବ ରହିଲା ତେଣୁ ସେ ୟୁନିୟନ ବ୍ୟାଙ୍କ ଦ୍ବାରା କରିଥିବା କେୟାର ହେଲଥ୍ ଇନ୍ସୁରାନ୍ସର ସାହାଯ୍ୟ ଲୋଡିଥିଲେ ।ଶେଷରେ ୟୁନିୟନ ବ୍ୟାଙ୍କ ଉକ୍ତ ଗ୍ରାହକଙ୍କ ହାତ ଛାଡିଦେଲେ ,ଆମ ହାତରେ କିଛି ନାହିଁ ତୁମେ ଉପର ବ୍ରାଞ୍ଚକୁ ଯାଇ ଦେଖାକର, ନଚେତ ଅଦାଲତ ର ଆଶ୍ରୟ ନିଅ ବୋଲି କହିଥିଲେ ତେବେ ଯାଇ ସ୍ବାସ୍ଥ୍ୟ ଟଙ୍କା ପାଇବ ବୋଲି ଧମକ ଦେଇଥିବା ଅଭିଯୋଗ ହେଉଛି lଯଦି ଜଣେ ସମାଜସେଵୀ ଙ୍କୁ ଏହିଭଳି ଧମକ ଓ ହଇରାଣ କରାଯାଉଛି ତାହାହେଲେ ଅନ୍ୟ ଗ୍ରାହକଙ୍କୁ କିଭଳି ହଇରାଣ ହରକତ କରାଯାଉ ଥିବ ଏଥିରେ ଅନୁମେୟ ।ଏଠାରେ ପ୍ରଶ୍ନ ଉଠୁଛି ଯଦି ଜଣେ ବ୍ୟକ୍ତି କେୟାର ହେଲଥ ଇନ୍ସୁରାନ୍ସ କରି କେସ୍ ପାଇଁ ଦୌଡିବ ତେବେ ସେ ଇନ୍ସୁରାନ୍ସ କରିବ କାହିଁକି ।ଏହାର ନିରପେକ୍ଷ ତଦନ୍ତ ଉଚ୍ଚପଦସ୍ତ ଅଧିକାରୀ ଓ ଜିଲ୍ଲା ପ୍ରଶାସନ କରିବା ସହିତ ଦୃଢ କାଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ଦାବୀ ହୋଇଛି ।
What's Your Reaction?






