କନ୍ଧମାଳ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଉପ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ l

ବାଲିଗୁଡ଼ା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
ପ୍ରକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କନ୍ଧମାଳ l ଏଠାକାର ସୁଉଚ୍ଚ ପାହାଡ଼ ନଦୀ ଝରଣା ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରୁଛି l ପର୍ଯଟନ ମାନଚିତ୍ରରେ କୋଟଗଡ ବ୍ଲକ ସୁବର୍ଣ୍ଣଗିରିର ଲୁଦୁ ଜଳ ପ୍ରପାତ, ବାଲିଗୁଡା ର ସାପନଳା ଜଳ ପ୍ରପାତ, ଦାରିଙ୍ଗବାଡି ର ମିଡୁବlନ୍ଦl ଜଳ ପ୍ରପାତ, ସୋନପୁର ର ପ୍ରସିଦ୍ଧ ଶୈବ ପୀଠ, ଜଳେଶ୍ୱର ଶୈବ ପୀଠ ଜଳେଶପଟ୍ଟା, ଡୁଙ୍ଗି ଶୈବ ପୀଠ ଚକାପାଦ ଶୈବ ପୀଠ ଭଳି ରହିଛି ଅନେକ ଜଳ ପ୍ରପାତ ଯାହାର ଶୋଭାରାଜି ଅତି ନିକଟରୁ ଦେଖିବାକୁ ଛୁଟି ଆସନ୍ତି ଦେଶୀ ବିଦେଶୀ ପର୍ଯ୍ୟଟକ l ଡିସେମ୍ବର ମାସରୁ ଆରମ୍ଭକରି ଫେବୃଆରୀ ମାସ ପର୍ଯ୍ୟନ୍ତ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ଜମେ l ବଣଭୋଜି ପାଇଁ ଏହାଏକ ପ୍ରକୋଷ୍ଠ ସ୍ଥାନ l ଔଷଧିୟ ବୃକ୍ଷରାଜିର ସୁଗନ୍ଧ ମୁକ୍ତବାୟୁ ସୋରିଷ ଫୁଲର ମନଲୋଭା ସୌନ୍ଦର୍ଯ୍ୟ ଆଗନ୍ତୁକ ପର୍ଯ୍ୟଟକଙ୍କୁ ବିମୋହିତ କରୁଛି କିନ୍ତୁ ଲୁଦୁ ଜଳ ପ୍ରପାତର ଆନୁସଙ୍ଗିକ ବ୍ୟବସ୍ଥା କିଛିନାହିଁ ତାହାର ଉନ୍ନତି କରଣ ଜଳ ପ୍ରପାତକୁ ଯିବାକୁ ପକ୍କା ରାସ୍ତା ବ୍ୟବସ୍ଥା ସ୍ୱଚ୍ଛ ପାନୀୟ ଜଳ ବ୍ୟବସ୍ଥା ର ଉନ୍ନତି l ଜରାଜିର୍ଣ ଅବସ୍ଥାରେ ପଡ଼ିରହିଥିବା ପାହାଚ ଓ ପିଣ୍ଡି ର ଉନ୍ନତି କରଣ ପାଇଁ ଜ଼ିଲ୍ଲା ସଭାପତି ଜଗନ୍ନାଥ ସାହୁ ଙ୍କ ନେତୃତ୍ୱ ରେ ଏକ ଟିମ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଙ୍କୁ ଭେଟି ପର୍ଯ୍ୟଟନ ର ବିକାଶ ପାଇଁ ଅନୁରୋଧ କରିଛନ୍ତି l ଜ଼ିଲ୍ଲା ପର୍ଯ୍ୟଟନ ର ବିକାଶହେଲେ କନ୍ଧମାଳର ବିକାଶ ହେବ lକନ୍ଧମାଳର ଆର୍ଥିକ ଅଭିବୃଦ୍ଧି ନିଶ୍ଚିତ ହେବ l
What's Your Reaction?






