ମା 'ପାଟଖଣ୍ଡା ମାର୍କେଟ ବ୍ୟବସାୟୀ ସଂଘ ତରଫରୁ ଦୀପାବଳି ଉପଲକ୍ଷେ ଆଲୋକିକରଣର ଉଦଘାଟନ

ବାଲିଗୁଡ଼ା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ମନ୍ଦିର ଚତୁଃପାର୍ଶ୍ଵ ରେ ଥିବା ସମସ୍ତ ବ୍ୟବସାୟୀ ବନ୍ଧୁ ମାନେ ଏକତ୍ରିତ ହୋଇ ମା 'ପାଟଖଣ୍ଡା ମାର୍କେଟ ବ୍ୟବସାୟୀ ସଂଘ ତରଫରୁ ପ୍ରଥମ ଥର ପାଇଁ ଶ୍ୟାମା କାଳୀ ପୂଜା ଓ ଦୀପାବଳି ଉତ୍ସବ ଉପଲକ୍ଷେ ସମଗ୍ର ମାର୍କେଟର ଆଲୋକିକରଣର କରାଯାଇଛି l ଏହି ଅବସରରେ ଏଥିରେ ମାର୍କେଟର ବରିଷ୍ଠ ବ୍ୟବସାୟୀ ସି.ଏଚ.ଭୂଷଣ ପାତ୍ର ଅତିଥି ଭାବେ ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ସୁଇଚ ଟିପି ଉଦଘାଟନ କରିଥିଲେ l
ଏଥିରେ ସଂଘର କାଳିନ୍ଦୀ ଚରଣ ପଣ୍ଡା, ପୁରୁଷୋତ୍ତମ ଡାକୁଆ, ପଦ୍ମନାଭ ପାଣିଗ୍ରାହୀ, ମନୋରଞ୍ଜନ ମହାପାତ୍ର, ସୁଶାନ୍ତ କୁମାର ପାଣିଗ୍ରାହୀ, ଧର୍ମେନ୍ଦ୍ର ପାଣିଗ୍ରାହୀ, ଆନନ୍ଦ ଦାସ ଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l
What's Your Reaction?






